28.1 C
Bhubaneswar
Tuesday, March 31, 2026
Homeଓଡିଶାପୋଖରୀରୁ ହାତୀଛୁଆର ମୃତଦେହ ଉଦ୍ଧାର

ପୋଖରୀରୁ ହାତୀଛୁଆର ମୃତଦେହ ଉଦ୍ଧାର

କଳାବାଡ଼ିଆ: ଶିମିଳିପାଳ ଅଭୟାରଣ୍ୟ ପାଦଦେଶର ନାଫ୍ରି ପଞ୍ଚାୟତ ଝିଙ୍କପାହାଡ଼ି ଗ୍ରାମରେ ପୋଖରୀ ଭିତରୁ ଏକ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି। ତିନି-ଚାରି ଦିନ ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

କିଛି ଦିନ ହେବ ୩୦ ଟିକିଆ ହାତୀପଲ ବୁଲାବୁଲି କରୁଥିବାର ଦେଖିବାକୁ ମିଳିଥିଲା। ଗ୍ରାମବାସୀ ପୋଖରୀକୁ ଯାଇଥିବାବେଳେ ଭାସମାନ ଅବସ୍ଥାରେ ହାତୀ ଛୁଆର ମୃତଦେହ ଦେଖିବାକୁ ପାଇଥିଲେ। ଖବର ପାଇ ବାଙ୍ଗିରିପୋଷି ରେଞ୍ଜ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀ ଛୁଆର ବୟସ ଦୁଇ-ତିନି ମାସ ହେବ ବୋଲି ଅନୁମାନ କରାଯାଉଛି। ବ୍ୟବଚ୍ଛେଦ ପରେ ମୃତର ପ୍ରକୃତ କାରଣ ଜଣାପଡ଼ିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking