25.1 C
Bhubaneswar
Wednesday, March 25, 2026
Homeଓଡିଶାହସ୍ପିଟାଲରେ ୩ଦିନ ହେଲା ପଡି ରହିଛି ମୃତଦେହ

ହସ୍ପିଟାଲରେ ୩ଦିନ ହେଲା ପଡି ରହିଛି ମୃତଦେହ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଧରାକୋଟ ହସପିଟାଲରେ ୩ ଦିନ ହେଲା ପଡ଼ି ରହିଛି ମୃତଦେହ। ପଚି ଯାଇ ଦୁର୍ଗନ୍ଧ ବାହାରିଲାଣି। କିନ୍ତୁ ନା ପୋଷ୍ଟମର୍ଟମ ହୋଇପାରୁଛି ନା ସତ୍କାର। ଅଭିଯୋଗ ଅନୁସାରେ ୫ ଦିନ ତଳେ ବସନ୍ତ ତାଙ୍କ ଶ୍ଵଶୁର ଘର ଗାଁ ପଣିବନ୍ଧକୁ ଯାଇଥିଲେ। ରାତିରେ ଖାଇବା ପରେ ଶୋଇଥିଲେ। ଶ୍ଵଶୁର ଘର ଲୋକେ କହିବା ଅନୁସାରେ କିଛି ସମୟ ପରେ ଡାକିବାରୁ ବସନ୍ତ କିନ୍ତୁ ଶୁଣିନଥିଲେ।ତେଣୁ ଗୁରୁବାର ରାତିରେ ହିଁ ବସନ୍ତଙ୍କୁ ଧରାକୋଟ ହସପିଟାଲକୁ ଅଣାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅସ୍ଵାଭବିକତା ଲକ୍ଷ୍ୟ କରି ପୋଲିସକୁ ଖବର ଦେଇଥିଲେ ମେଡିକାଲ କର୍ତ୍ତୃପକ୍ଷ। ପୋଲିସ ମୃତଦେହ ଜବତ କରିଛି। କିନ୍ତୁ ବସନ୍ତଙ୍କ ଭାଇ ଅଭିଯୋଗ କରିଛନ୍ତି, ଭାଇକୁ ହତ୍ୟା କରାଯାଇଛି। ସତ ଜଣାପଡ଼ିବା ପରେ ହିଁ ସେମାନେ ମୃତଦେହ ନେବେ। ବସନ୍ତଙ୍କ ମୃତ୍ୟୁ ନେଇ ନିଜ ପରିବାର ଓ ଶ୍ଵଶୁର ଘର ଲୋକଙ୍କ ମଧ୍ୟରେ ଦୋଷାରୋପ ଚାଲିଛି। କିଛି ସମୟ ତଳେ ପହଞ୍ଚିଛି ସାଇଣ୍ଟିଫିକ୍ ଟିମ୍ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking