23.1 C
Bhubaneswar
Monday, January 19, 2026
Homeଅପରାଧଜଙ୍ଗଲରେ ପଡିଛି ଯୁବକ-ଯୁବତୀଙ୍କ ମୃତ ଦେହ ପୋଲିସର ଛାନବୀନ

ଜଙ୍ଗଲରେ ପଡିଛି ଯୁବକ-ଯୁବତୀଙ୍କ ମୃତ ଦେହ ପୋଲିସର ଛାନବୀନ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଆଠଗାଁ-ତୁଷୁରା ରାସ୍ତାର ଉପରଝର ପେଟେନେ ଦୁହୁଲା ଜଙ୍ଗଲ ଭିତରେ ଯୁବକ ଯୁବତୀଙ୍କ ମୃତ ଶରୀର ପଡିଥିବାର ଜଣାପଡିଛି। ଏହି ଘଟଣା ଜଣାପଡିବା ପରେ ଜଙ୍ଗଲ ଭିତରେ ଲୋକଙ୍କ ଗହଳି ଲାଗିରହି ଥିବା ବେଳେ ପୁଇତଲା -ଦେଓଗାଁ ପୋଲିସ ଘଟଣାକୁ ନେଇ ଆଲୋଚନା ଜାରି ରଖିଛନ୍ତି। ମୃତକ ଦୁହେଁ ପ୍ରେମୀଯୁଗଳ ବୋଲି ଅନୁମାନ କରାଯାଉଛି। ଅନ୍ୟ ପକ୍ଷରେ କିଏ ପ୍ରେମୀଯୁଗଳଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଇଛି ନା ସେମାନେ ଆତ୍ମହତ୍ୟା କରିଛନ୍ତି, ସେ ନେଇ ପୋଲିସ ତଦନ୍ତ କରିବା ପରେ ସତ ସମ୍ନାକୁ ଆସିବ ବୋଲି ଲୋକଙ୍କ ମଧ୍ୟରେ ଜୋରଦାର ଚର୍ଚ୍ଚା ହେଉଛି। ସୂଚନାନୁଯାୟୀ ଉପରଝର ଘାଟିରୁ ତଣ୍ଡାମୁଣ୍ଡା ଯିବା ରାସ୍ତାର ବୁଲାଣି ନିକଟରେ ଥିବା ଏକ ବୁଦା ଭିତରେ ମୃତଦେହ ଦୁଇଟି ପଡିରହିଥିବାର କିଛି ଲୋକ ଦେଖିବାକୁ ପାଇଥିଲେ। ପରେ ଏହାକୁ ନେଇ ପୋଲିସ ଖବର ଦେଇଥିଲେ ସ୍ଥାନୀୟ ବାସିନ୍ଦା। ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଜାରି ରଖିଥିବାର ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking