30.1 C
Bhubaneswar
Monday, October 28, 2024
Homeଦେଶ ବିଦେଶଘରୁ ମିଳିଳା ଦମ୍ପତିଙ୍କ ମୃତଦେହ

ଘରୁ ମିଳିଳା ଦମ୍ପତିଙ୍କ ମୃତଦେହ

ପରସାଲା : ଘର ଭିତରୁ ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ଫେମସ ୟୁଟ୍ୟୁବର ତଥା ସୋଶାଲ ମିଡିଆ ଇନ୍‌ଫ୍ଲୁଏନ୍ସର୍‌ ଦମ୍ପତିଙ୍କ ମୃତଦେହ। ଏହାକୁ ନେଇ ଏବେ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି। ଉଭୟ ସ୍ୱାମୀ-ସ୍ତ୍ରୀ ଥିଲେ। ଉଭୟଙ୍କ ମୃତଦେହ ରବିବାର କେରଳର ପରସାଲା ସହରରେ ସ୍ଥିତ ତାଙ୍କ ଘରୁ ମିଳିଛି। ମୃତକ ଦମ୍ପତି ହେଲେ ସେଲଭରାଜ(୪୫) ଓ ତାଙ୍କ ପତ୍ନୀ ପ୍ରିୟା(୪୦)। ‘Sellu Family’ ନାମରେ ଏମାନଙ୍କ ୟୁଟ୍ୟୁବ ଚ୍ୟାନେଲ ଥିଲା। ତେବେ ରବିବାର ଏହି ଦୁଇ ଜଣଙ୍କ ମୃତଦେହ ତାଙ୍କ ଘରୁ ସନ୍ଦିଗ୍ଧ ଅବସ୍ଥାରେ ମିଳିଛି। ମୃତଦେହୁର ଦୁର୍ଗନ୍ଧ ବାହାରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ତାଙ୍କ ଘର ଆଖପାଖର ଲୋକମାନେ ଦମ୍ପତି ନିଖୋଜ ଥିବା ସନ୍ଦେହ କରିଥିଲେ। ତେଣୁ ପୁଲିସରେ ଅଭିଯୋଗ ମଧ୍ୟ କରିଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଖୋଲିବା ପରେ ୟୁଟ୍ୟୁବର ଦମ୍ପତିଙ୍କ ମୃତଦେହ ମିଳିଛି। ପାରାସାଲା ପୁଲିସର ସୂଚନାନୁସାରେ, ପତ୍ନୀ ପ୍ରିୟାଙ୍କ ମୃତଦେହ ଖଟ ଉପରେ ପଡ଼ିଥିବା ବେଳେ ସେଲଭରାଜଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି। ଏହି ମୃତ୍ୟୁ ଦୁଇ ଦିନ ପୂର୍ବରୁ ହୋଇଥାଇପାରେ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking