ନୂଆଦିଲ୍ଲୀ : କୁହନ୍ତି ଯେ ବାପା ମା ଗାଳି ଦେଲେ ଛୁଆ ମାନେ ମଣିଷ ହୁଅନ୍ତି । ସେମାନେ ଯେଉଁଭଳି ଶିକ୍ଷା ଦେବେ ଛୁଆମାନେ ସେଭଳି ସଂସ୍କାର ପାଇବେ । ହେଲେ ଦିଲ୍ଲୀର ଗାଜିଆବାଦରେ ଜଣେ ୧୭ ବର୍ଷର ନାବାଳିକାଙ୍କୁ ତାଙ୍କ ବାପା ଗାଳି ଦେବାରୁ ସେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣଙ୍କ ହେଉଛନ୍ତି କାଜଲ ସିଂ । ଦ୍ୱାଦଶ ଶ୍ରେଣୀର ଛାତ୍ରୀ । କାଜଲଙ୍କୁ ତାଙ୍କ ବାପା ଶୋଇବା ପାଇଁ କହିଥିଲେ ହେଲେ କାଜଲ ରାଗିଯାଇ ତାଙ୍କ ବାପାଙ୍କୁ ଓଲଟି ଜବାବ ଦେଇଥିଲେ । ସେ ରାଗିଯାଇ ଫ୍ୟାନରେ ଦଉଡି ଲଗାଇଥିଲେ ପରେ ଏସବୁ ତାଙ୍କ ବାପା ଦେଖି ଡରିଯାଇ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଯାଇଛି । ପରିବେଶ ଶୋକାକୁଳ ଦେଖାଦେଇଛି ।