ଝାରସୁଗୁଡା: ଝାରସୁଗୁଡା ଅମଲୀପାଲି ସ୍ଥିତ ସଭାସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନ ସାଢେ ୧୧ଟାରେ ପହଞ୍ଚିଛନ୍ତି । କିନ୍ତୁ ସଭାସ୍ଥଳରେ ମୋଦୀଙ୍କ ଭଳି ଅବିକଳ ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭ୍ରମ ସୃଷ୍ଟି ହୋଇଛି । ବ୍ୟକ୍ତି ଜଣକ ହେଉଛନ୍ତି , ଉଡୁପି ଜିଲ୍ଲାର ସଦାନନ୍ଦ ନାୟରା ପୂର୍ବରୁ ସେ କର୍ଣ୍ଣାଟକ ସରକାରଙ୍କ ଅଧିନରେ କାମ କରୁଥିବା ବେଳେ ୨୦୧୭ ମସିହାରେ ଦାଢୀ ବଢିଯିବା ପରେ ସେ ମୋଦୀଙ୍କ ପରି ଅବିକଳ ଦେଖାଯାଉଥିବା ଲୋକେ କହିଥିଲେ । ଏହା ପରଠାରୁ ସେ ମୋଦୀଙ୍କ ବେଶରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା କହିଛନ୍ତି । ସେପଟେ ସଦାନନ୍ଦଙ୍କୁ ଦେଖି ତାଙ୍କ ସହ ସେଲ୍ଫି ନେବାକୁ ଲୋକଙ୍କ ଭିଡ ଲାଗିଛି ।










