ନୂଆଦିଲ୍ଲୀ: ଆକ୍ସିଅମ-୪ ମିଶନରେ ଆଇଏସଏସରୁ ଫେରିଥିବା ଶୁଭାଂଶୁ ଶୁକ୍ଳାଙ୍କ ଅନୁଭୂତି ବାଣ୍ଟିଥିଲେ । ପ୍ରଥମ ଭାରତୀୟ ଭାବେ ଆଇଏସଏସରେ ପହଞ୍ଚିବା ଅନୁଭୂତି ରଖିଥିଲେ ଶୁଭାଂଶୁ ଶୁକ୍ଲା । କହିଲେ, ଗ୍ରାଉଣ୍ଡଟ୍ରେନିଂ ଠାରୁ ସ୍ପେଶ୍ ଫ୍ଲାଇଟ ଉଡାଣ ନିଆରା ଥିଲା । ଭାରତ ସରକାର, ଇସ୍ରୋ, ଗବେଷକଙ୍କ ପାଇଁ ମିଶନ ସଫଳ ହେଲା । ଏହା ପୂରା ଦେଶର ମିଶନ ଥିଲା, ଅବିଶ୍ୱସନୀୟ ଅଭିଜ୍ଞତା ପାଇଛିା ମୁଁ ବ୍ୟକ୍ତିଗତ ଭାବେ ମିଶନରେ ମିଶନ ପାଇଲଟ ଭାବେ ସାମିଲ ଥିଲି । କ୍ରିଉ ଡ୍ରାଗନରେ ୪ଟି ସିଟ ଥିଲା, ମୁଁ ପାଇଲଟ ସିଟରେ ବସିଥିଲି । ମହାକାଶରେ ପ୍ରଥମ କିଛି ଦିନ ଚ୍ୟାଲେଞ୍ଜିଂ ଥିଲା । ଶୂନ୍ୟ ମାଧ୍ୟାକର୍ଷଣରେ ନିଜକୁ ଖାପ ଖୁଆଇବା ଚ୍ୟାଲେଞ୍ଜିଂ ଥିଲା । ଲୋକଙ୍କ ପକ୍ଷରୁ ମିଳିଥିବା ସମର୍ଥନ ପାଇଁ କୃତଜ୍ଞ ।










