19.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶଭାଷଣ ଦେଉଥିବା ବେଳେ ଟଳି ପଡିଲେ କଂଗ୍ରେସ କର୍ମୀ

ଭାଷଣ ଦେଉଥିବା ବେଳେ ଟଳି ପଡିଲେ କଂଗ୍ରେସ କର୍ମୀ

କର୍ଣ୍ଣାଟକ : ଲାଇଭ୍‌ ପ୍ରେସ୍‌ ମିଟ୍‌ ବେଳେ ଚାଲିଗଲା କଂଗ୍ରେସ କର୍ମୀଙ୍କ ଜୀବନ। ସର୍ବସମ୍ମୁଖରେ ଟଳି ପଡିଲେ କର୍ଣ୍ଣାଟକ କଂଗ୍ରେସ କର୍ମୀ ତଥା କୋଲାର ଜିଲ୍ଲାର କୁରୁବା ସଂଗଠନର ସଭାପତି ସିକେ ରବିଚନ୍ଦ୍ରନ୍‌। ସୋମବାର ବେଙ୍ଗାଲୁରୁର ପ୍ରେସ କ୍ଲବରେ ଏକ ଲାଇଭ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ଘଟିଛି। କର୍ଣ୍ଣାଟକର ବହୁ ଚର୍ଚ୍ଚିତ ମଇସୁର ଅର୍ବାନ୍‌ ଡେଭଲପମେଣ୍ଟ ଅଥରିଟି ତଥା ଏମୟୁଡିଏ ଦୁର୍ନୀତି ପ୍ରସଙ୍ଗରେ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ନିକଟରେ ଏହି ଦୁର୍ନୀତି ସମ୍ପର୍କରେ ରାଜ୍ୟପାଳ ଥାବରଚାନ୍ଦ ଗେହଲଟ୍ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ନୋଟିସ୍‌ ବିଷୟରେ ରବିଚନ୍ଦ୍ରନ୍‌ ପ୍ରେସ୍‌ ମିଟ୍‌ରେ କହୁଥିଲେ। ଏହି ସମୟରେ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଚୌକି ଉପରେ ବସିଥିବା ବେଳେ ତାଙ୍କ ହାତରୁ ହଠାତ୍ ମାଇକ୍ରୋଫୋନ୍‌ଟି ତଳେ ଖସ ପଡିଥିଲା। ପରେ ସେ ଥରି ଥରି ନିଜ ଚୌକିରୁ ତଳେ ପଡି ଯାଇଥିଲେ। ସେ ଚେତାଶୂନ୍ୟ ହୋଇଯାଇଥିଲେ। ଏହି ଘଟଣାରେ ସେଠାରେ ଉପସ୍ଥିତ ଥିବା ଲୋକେ ତୁରନ୍ତୁ ତାଙ୍କୁ ସେଠାରୁ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking