27.1 C
Bhubaneswar
Monday, March 30, 2026
Homeଦେଶ ବିଦେଶକଂଗ୍ରେସ ମୁହଁରେ ସମ୍ବିଧାନ ଶୋଭା ପାଉନି : ପ୍ରଧାନମନ୍ତ୍ରୀ

କଂଗ୍ରେସ ମୁହଁରେ ସମ୍ବିଧାନ ଶୋଭା ପାଉନି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦରେ ସମ୍ବିଧାନ ବିତର୍କରେ ଉଦବୋଧନ ଦେବାବଳେ ବିରୋଧୀ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମ୍ବିଧାନ ଏକତାର ପ୍ରତୀକ, ହେଲେ କ୍ରୀତଦାସ ମାନସିକତା ଭାରତର ବିବିଧତାକୁ ଟାର୍ଗେଟ କରୁଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ପରିବାରବାଦ ପ୍ରସଙ୍ଗ ଉଠାଇ ନେହେରୁଙ୍କଠାରୁ ଇନ୍ଦିରା ଓ ରାଜୀବଙ୍କୁ ସମାଲୋଚନା କଲେ। ନାଁ ନନେଇ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି।

ସାମ୍ବିଧାନିକ ମୂଲ୍ୟବୋଧକୁ ବାରମ୍ବାର ଆଘାତ ପାଇଁ ନେହେରୁ, ଇନ୍ଦିରା ଓ ରାଜୀବଙ୍କଠୁ ନେଇ ରାହୁଲଙ୍କୁ ବି ନିଜ ଅଭିଭାଷଣରେ ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପରିବାରବାଦ କଥା ଉଠାଇ ମୋଦି କହିଥିଲେ, ଏହି ପରିବାର ସମ୍ବିଧାନକୁ ଚ୍ୟାଲେଞ୍ଜ କରି ଆସିଛି। ୧୯୫୧ରେ ନିର୍ବାଚିତ ସରକାର ନଥିଲେ, ସେ ସମୟରେ ଅଧ୍ୟାଦେଶ ଆଣି ସମ୍ବିଧାନ ବଦଳାଇ ଦେଲେ। ଯାହା ସମ୍ବିଧାନ ନିର୍ମାତାଙ୍କ ପ୍ରତି ଘୋର ଅପମାନ। ମୁଖ୍ୟମନ୍ତ୍ରୀମାନଙ୍କୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହରୁ ଚିଠି ଲେଖି ସମ୍ବିଧାନ ଆମ ରାସ୍ତାରେ ପ୍ରତିବନ୍ଧକ ହେଲେ ବଦଳାଇବାକୁ ହେବ ବୋଲି କହିଥିଲେ।

ଯାହାକୁ ସେତେବେଳେ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ବିରୋଧ କରିଥିଲେ। ଗତ ୬ ଦଶନ୍ଧିରେ ୭୫ ଥର ସମ୍ବିଧାନକୁ ବଦଳାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି। ୧୯୭୧ରେ ଇନ୍ଦିରା ଗାନ୍ଧି ସମ୍ବିଧାନ ସଂଶୋଧନ କରି ନ୍ୟାୟପାଳିକାର ଅଙ୍ଗ ଛେଦନ କରିଥିଲେ ବୋଲି ଆକ୍ଷେପ କରିଥିଲେ ମୋଦି। ନ୍ୟାୟପାଳିକା ଇନ୍ଦିରାଙ୍କୁ ଅଯୋଗ୍ୟ କରିବାରୁ ୧୯୭୫ରେ ଏମର୍ଜେନ୍ସି ଲଗାଇଲେ। ସମ୍ବିଧାନକୁ ୨୫ ବର୍ଷ ପୂରିଲା ବେଳକୁ ଜରୁରୀକାଳୀନ ସ୍ଥିତି ଲାଗିଲା। ସାରା ଦେଶକୁ କଂଗ୍ରେସ ଜେଲ୍‌ ବନାଇ ଦିଆଗଲା। ତେଣୁ କଂଗ୍ରେସ ତାର ଅତୀତର ପାପକୁ ଧୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନେହେରୁ ଯେଉଁ ପରମ୍ପରା ଆରମ୍ଭ କରିଥିଲେ, ଇନ୍ଦିରା ତାହା ବଜାୟ ରଖିଲେ ବୋଲି କହିଥିଲେ ମୋଦି। ନେହେରୁ, ଇନ୍ଦିରାଙ୍କ ପରେ ରାଜୀବ ଏହାକୁ ଶକ୍ତି ଯୋଗାଇଲେ ଓ ପରପୀଢ଼ି ମଧ୍ୟ ଏହି ରାସ୍ତାରେ ଆଗକୁ ବଢ଼ୁଛନ୍ତି ବୋଲି କହି ରାହୁଲ ଗାନ୍ଧୀଙ୍କ ନାଁ ନନେଇ ବର୍ଷିଥିଲେ ପ୍ରଧାନମନ୍ତ୍ରୀ। କଂଗ୍ରେସ ନିରନ୍ତର ଭାବେ ସମ୍ବିଧାନ ପ୍ରତି ଧୋକା ଦେଇ ଆସୁଛି ବୋଲି କହିଥିଲେ ମୋଦି।

ସଂରଣକ୍ଷକୁ ଗାନ୍ଧୀ ପରିବାର ବିରୋଧ କରୁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ, ନେହରୁ ସଂରଣକ୍ଷକୁ ବିରୋଧ କରି ଚିଠି ଲେଖିଥିଲେ। ମଣ୍ଡଳ କମିଶନ ଲାଗୁ କରିବା ପାଇଁ ଦେଉ ନଥିଲେ। କଂଗ୍ରେସ ଯିବା ପରେ ମଣ୍ଡଳ କମିଶନ ଲାଗୁ ହେଲା। ପଛୁଆ ବର୍ଗର ଲୋକେ ସେମାନଙ୍କର ହକ୍‌ ପାଇଲେ। କଂଗ୍ରେସ ଧର୍ମୀୟ ଭିତ୍ତିରେ ସଂରକ୍ଷଣ ବ୍ୟବସ୍ଥା ଚାହୁଁଥିଲା। ସୁପ୍ରିମକୋର୍ଟ ସମାନ ନାଗରିକ ସଂହିତା ଲାଗୁ ନିର୍ଦ୍ଦେଶ ଦେଇଛି। ହଲେ କଂଗ୍ରେସ ଏହାକୁ ବିରୋଧ କରୁଛି। କଂଗ୍ରେସ ପାର୍ଟି ମୁହଁରେ ସମ୍ବିଧାନ ଶୋଭା ପାଏ ନାହିଁ। ଯେଉଁ ଦଳରେ ନିଜର ସମ୍ବିଧାନ ବୋଲି କିଛି ନାହିଁ, ସେମାନଙ୍କୁ କଣ କୁହାଯିବ ବୋଲି ପ୍ରଶ୍ନ କରିବା ସହ କଂଗ୍ରେସର ପ୍ରିୟ ଶବ୍ଦ ‘ଜୁମଲା’ କହି ତାଚ୍ଛଲ୍ୟ କଲେ ପ୍ରଧାନମନ୍ତ୍ରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking