32.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶନିର୍ବାଚନ କମିଶନରଙ୍କୁ ଭେଟି ହରିଆଣାର ୨୦ ଆସନର ଇଭିଏମକୁ ସିଲ୍ କରିବାକୁ ଦାବି କଲା କଂଗ୍ରେସ

ନିର୍ବାଚନ କମିଶନରଙ୍କୁ ଭେଟି ହରିଆଣାର ୨୦ ଆସନର ଇଭିଏମକୁ ସିଲ୍ କରିବାକୁ ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ:ହରିଆଣା ବିଧାନସଭା ନିର୍ବାଚନ ଫଳାଫଳକୁ ସହଜରେ ଗ୍ରହଣ କରିପାରୁନାହିଁ କଂଗ୍ରେସ। କଂଗ୍ରେସ ନିର୍ବାଚନ ଫଳାଫଳ ପର ଠାରୁ ଭୋଟ୍ ଗଣତି ଓ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଆସୁଛି। ଏହାକୁ ନେଇ ସୁପ୍ରିମକୋର୍ଟ କଂଗ୍ରେସକୁ ତୀବ୍ର ଭର୍ତ୍ସନା ମଧ୍ୟ କରିସାରିଛନ୍ତି। ଏହା ସତ୍ତ୍ୱେ କଂଗ୍ରେସ ଆଜି ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇ ହରିଆଣାର ପ୍ରାୟ ୨୦ ଆସନର ଇଭିଏମ୍‌କୁ ସିଲ୍ କରିବାକୁ ଦାବି ଉପସ୍ଥାପନ କରିଛି। ଦଳର ବରିଷ୍ଠ ନେତା କେସି ଭେଣୁଗୋପାଲ, ଜୟରାମ ରମେଶ, ପୱନ ଖେଡା ଓ ଅଜୟ ମାକେନଙ୍କୁ ନେଇ ଗଠିତ ଏହି ଟିମ୍ ଦିଲ୍ଲୀରେ ଭାରତୀୟ ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରିଛନ୍ତି।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସହ ବୈଠକ ପରେ କଂଗ୍ରେସ ନେତା ପୱନ ଖେଡା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଯେଉଁ ସବୁ ଭୋଟିଂ ମେସିନ୍ ବିରୋଧରେ ଅଭିଯୋଗ କରାଯାଇଛି, ସେଗୁଡ଼ିକୁ ସିଲ୍ କରିବାକୁ ନିର୍ବାଚନ କମିଶନଙ୍କୁ କୁହାଯାଇଛି। ବିଶେଷକରି ୭ଟି ନିର୍ବାଚନ ମଣ୍ଡଳୀରୁ ଆସିଥିବା ଅଭିଯୋଗ ମୁତାବକ ମତଦାନ କେନ୍ଦ୍ରରେ ବ୍ୟବହୃତ ଇଭିଏମ୍‌ଗୁଡ଼ିକ ୯୯%, କିମ୍ବା ୬୬% ବ୍ୟାଟେରୀ ରହିଥିବା ଦେଖିବାକୁ ମିଳିଥିଲା। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ଏତେ ସମୟ ପର୍ଯ୍ୟନ୍ତ ବ୍ୟାଟେରୀ ଚାର୍ଜ ଦେଖାଇବା ଏକ ସ୍ୱାଭାବିକ ଘଟଣା ହୋଇନପାରେ। ଏହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି।

୨୦ଟି ନିର୍ବାଚନ ମଣ୍ଡଳର ଭୋଟ ଗଣତିରେ ଅନିୟମିତତା ହୋଇଥିବାର ଦସ୍ତାବିଜ ଦିଆଯାଇଛି। ଖୁବଶୀଘ୍ର ଗଣମାଧ୍ୟମକୁ ବି ସେଗୁଡ଼ିକ ଦିଆଯିବ। ଆହୁରି ୧୩ଟି ନିର୍ବାଚନ ମଣ୍ଡଳୀ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ସେଗୁଡ଼ିକୁ ମଧ୍ୟ ଇସିଙ୍କ ନିକଟରେ ଦାଖଲ କରାଯିବ ବୋଲି ସେ କହିଛନ୍ତି। ହରିଆଣାରେ କଂଗ୍ରେସ ୩୭ଟି ଆସନ ଜିତିଥିବା ବେଳେ ବିଜେପି ଏକାକୀ ୪୮ଟି ଆସନ କବ୍‌ଜା କରି ରେକର୍ଡ ତୃତୀୟଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଏକଜିଟ୍ ପୋଲ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୀତିକ ପଣ୍ଡିତମାନେ କଂଗ୍ରେସ ସପକ୍ଷରେ ଜନମତ ଯିବ ବୋଲି ଆକଳନ କରିଥିଲେ। ହେଲେ ଅପ୍ରତ୍ୟାଶିତ ଢଙ୍ଗରେ ବିଜେପି ହରିୟାଣା ଜିତି ଯିବାରୁ କଂଗ୍ରେସ ଏହାକୁ ଗ୍ରହଣ କରିପାରୁନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking