31.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଇଥିଓପିଆ ଓ ଇରିଟ୍ରିଆ ମଧ୍ୟରେ ବିବାଦ ଘନୀଭୂତ

ଇଥିଓପିଆ ଓ ଇରିଟ୍ରିଆ ମଧ୍ୟରେ ବିବାଦ ଘନୀଭୂତ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଏବଂ ରୁଷ୍‌-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ସମଗ୍ର ବିଶ୍ୱକୁ ପ୍ରଭାବିତ କରି ରଖିଛି। ଅନ୍ୟପକ୍ଷେ ଇରାନ-ଆମେରିକା ମଧ୍ୟରେ ଉତ୍ତେଜନା ଚରମ ସୀମାରେ ରହିଛି। ଚୀନ୍‌-ତାଇୱାନ, ଉତ୍ତର କୋରିଆ-ଦକ୍ଷିଣ କୋରିଆ ଆଦି ଦେଶ ମଧ୍ୟ ପରସ୍ପର ସହ ଯୁଦ୍ଧ ମନୋଭାବରେ ରହିଛନ୍ତି। ଏସବୁ ମଧ୍ୟରେ ଇଥିଓପିଆ ଏବଂ ଇରିଟ୍ରିଆ ଭଳି କ୍ଷୁଦ୍ରତର ଦେଶଗୁଡ଼ିକ ମଧ୍ୟ ପାରସ୍ପରିକ ବିବାଦକୁ ନେଇ ଯୁଦ୍ଧାଭିମୁଖୀ ହୋଇପଡିଛନ୍ତି। କୁହାଯାଉଛି ଯେ, ଏହି ଦୁଇ ଦେଶ ଯୁଦ୍ଧର ଦ୍ୱାରଦେଶରେ ପହଞ୍ଚିଛନ୍ତି। ଯଦି ଏମାନଙ୍କ ମଧ୍ୟରେ ଉତ୍ତେଜନା ଯଥାଶୀଘ୍ର ବନ୍ଦ ନହୁଏ, ତେବେ ଯୁଦ୍ଧ ହୋଇପାରେ। ଅର୍ଥାତ୍ ବିଶ୍ୱ ଆଉ ଏକ ନୂଆ ଯୁଦ୍ଧ ଦେଖିବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ଯୁଦ୍ଧର ବିଶ୍ୱ ଉପରେ କୌଣସି ସିଧାସଳଖ ପ୍ରଭାବ ପଡ଼ିବ ନାହିଁ, କିନ୍ତୁ ବ୍ୟାପକ ଜୀବନହାନି ହେବାର ଆଶଙ୍କା ରହିଛି। ଏହି ଯୁଦ୍ଧ ଏକ ସମ୍ପୂର୍ଣ୍ଣ ମହାଦେଶକୁ ଅସ୍ଥିର କରିପାରେ ଏବଂ ଆହୁରି ଅନେକ ଛୋଟ ଯୁଦ୍ଧ ସୃଷ୍ଟି କରିପାରେ ବୋଲି ମଧ୍ୟ ଆଶଙ୍କା ରହିଛି। ତେବେ ଏହି ଦୁଇ ଦେଶ ମଧ୍ୟରେ ଏପ୍ରକାର ସ୍ଥିତି ପାଇଁ କେବଳ ଗୋଟିଏ କାରଣ ରହିଛି। କାରଣ ହେଉଛି ଇଥିଓପିଆର ସମୁଦ୍ର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଇଚ୍ଛା। ଏହା ଆଫ୍ରିକୀୟ ଦେଶରେ ଆଉ ଏକ ସଂଘର୍ଷର ସମ୍ଭାବନାକୁ ବୃଦ୍ଧି କରିଛି। ବଡ଼ କଥା ହେଉଛି ଏହି ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସମ୍ପର୍କ ପୁନର୍ବାର ସ୍ଥାପନ ହେବାର ୭ବର୍ଷ ପୂରଣ ହୋଇନାହିଁ। ଇରିଟ୍ରିଆ ଗତ କିଛି ମାସ ମଧ୍ୟରେ ଯୁବବର୍ଗମାନଙ୍କୁ ସେନାରେ ଯୋଗଦେବାକୁ ଆହ୍ୱାନ କରିଛି, ଯେତେବେଳେ ଇଥିଓପିଆ ମିଳିତ ସୀମାବର୍ତ୍ତୀ ଅଞ୍ଚଳରେ ସୈନ୍ୟ ମୁତୟନ କରିଥିବା ଜଣାପଡ଼ିଛି। ବିଶ୍ଳେଷକମାନେ କହିଛନ୍ତି ଯେ, ଏହି ପଦକ୍ଷେପଗୁଡ଼ିକ ଦୁଇ ସେନାକୁ ଏକ ସଂଘର୍ଷରେ ମୁହାଁମୁହିଁ କରିପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking