26.1 C
Bhubaneswar
Wednesday, February 4, 2026
Homeଓଡିଶାହ୍ୟୁମନ୍ ସାଗରଙ୍କ ଅବସ୍ଥା ଏବେ ବି ଗୁରୁତର

ହ୍ୟୁମନ୍ ସାଗରଙ୍କ ଅବସ୍ଥା ଏବେ ବି ଗୁରୁତର

ଭୁବନେଶ୍ୱର: କଣ୍ଠଶିଳ୍ପୀ ହ୍ୟୁମନ ସାଗରଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ। ଏବେ ବି ହାଇ ଭେଣ୍ଟିଲେଟର ସପୋର୍ଟରେ ଚାଲିଛି ଚିକିତ୍ସା । ସ୍ୱାସ୍ଥ୍ୟାବସ୍ଥା ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ସୂଚନା ମିଳିଛି। ଏମ୍ସ ହସ୍ପିଟାଲ୍ ଦ୍ୱାରା ଜାରି କରାଯାଇଥିବା ସଦ୍ୟତମ ବୁଲେଟିନ୍ ଅନୁସାରେ, ହ୍ୟୁମେନ୍ ସାଗରଙ୍କ ସେନ୍ସୋରିୟମ୍‌ରେ ଉନ୍ନତି ଆସିଛି, ତଥାପି ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ଲିଭର୍‌ ଓ କିଡ୍‌ନି ସହିତ ହ୍ୟୁମାନ୍‌ଙ୍କ ବହୁ ଅଙ୍ଗ ପ୍ରଭାବିତ ହୋଇଛି। ସେ ଶ୍ବାସକ୍ରିୟାଜନିତ ଅସୁବିଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡ଼ିତ ଅଛନ୍ତି। ଏବେ ବି ଭେଣ୍ଟିଲେଟର ସହାୟତାରେ ଅଛନ୍ତି ସେ। ଅନ୍ୟପଟେ, ଆଜି ହ୍ୟୁମାନ୍ ସାଗରଙ୍କ ମା କହିଛନ୍ତି, ତାର ଅଙ୍ଗ କାମ କରୁନି। ଗୋଟିଏ ପ୍ରତିଶତ ଚିକିତ୍ସା ଲାଗି ସେ ରାଜ୍ୟ ବାହାରକୁ ନେବା ଲାଗି ଚିନ୍ତା କରୁଛନ୍ତି। ଏଥିଲାଗି ରାଜ୍ୟ ସରକାର ତାଙ୍କୁ ସହାୟତା କରିବାକୁ ଆକୁଳ ନିବେଦନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking