ଭୁବନେଶ୍ୱର: ବାଲେଶ୍ୱର ଛାତ୍ରୀଙ୍କ ଅବସ୍ଥା କାଲି ପରି ଆଜି ବି ଜଟିଳ ରହିଛି । ଏନେଇ ସୂଚନା ଦେଲେ ଭୁବନେଶ୍ୱର ଏମ୍ସ ଅଧୀକ୍ଷକ ଦିଲୀପ ପରିଡା । କହିଛନ୍ତି, ୭୨ ଘଣ୍ଟା ଛାତ୍ରୀଙ୍କ ପାଇଁ ବେଶ ଗୁରୁତ୍ୱପୁଣ୍ଣ । ବିଶେଷଜ୍ଞ ଦଳ ଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ଅଛନ୍ତି । ଉନ୍ନତି ଘଟିଛି ବୋଲି କୁହାଯାଇପାରିବ ନାହିଁ । ଆଜି ଟିକେ ଟେମ୍ପରେଚର ଆସିଥିଲା , ଆଣ୍ଟିବାଓଟିକ୍ସ ଚାଲିଛି । ଅବସ୍ଥା ଏବେ ବି କ୍ରିଟିକାଲ ମାତ୍ର ଷ୍ଟେବଲ ରହିଛି ।










