28.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶକମ୍ପାନୀ ଦେଉଛି ଅଜବ ଅଫର; ପିଲା ଜନ୍ମ କଲେ ମିଳିବ ୬୨ ଲକ୍ଷ ଟଙ୍କା

କମ୍ପାନୀ ଦେଉଛି ଅଜବ ଅଫର; ପିଲା ଜନ୍ମ କଲେ ମିଳିବ ୬୨ ଲକ୍ଷ ଟଙ୍କା

ଦକ୍ଷିଣ କୋରିଆ: ଆଜି ବି ଆମ ଦେଶରେ ଅନେକ ସ୍ଥାନରେ ପିଲା ଜନ୍ମ କରିବା ପରେ ପିଲାକୁ ଛାଡି ଚାଲିଯାଉଛନ୍ତି । ପିଲାଙ୍କୁ ଅବହେଳିତ କରୁଛନ୍ତି । କିନ୍ତୁ ଦକ୍ଷିଣ କୋରିଆରେ ଏକ କନଷ୍ଟ୍ରକ୍ସନ କମ୍ପାନୀ ନିଜ କର୍ମଚାରୀଙ୍କ ପିଲା ଜନ୍ମ ହେବା ପରେ ବଢିଆ ଉପହାର ଦେଉଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ । ବୁୟଙ୍ଗ ଗ୍ରୁପ୍ ନାମକ ଏକ କମ୍ପାନୀ ଏହାକୁ ନେଇ ଏବେ ଚର୍ଚ୍ଚାରେ । ଏହି କମ୍ପାନୀ ନିଜ କର୍ମଚାରୀଙ୍କ ପ୍ରତ୍ୟେକ ପିଲା ଜନ୍ମରେ ୬୨ ଲକ୍ଷ ଟଙ୍କା ପୁରସ୍କାର ଦେଉଛି । ତେବେ ଏହି ଅଫର ଥରକ ପାଇଁ ନୁହେଁ, ପ୍ରତ୍ୟେକ ଥର ପିଲା ଜନ୍ମ କଲେ କମ୍ପାନୀ ଏଭଳି ପୁରସ୍କାର ଦେଉଛି । ଯଦି କୌଣସି କର୍ମଚାରୀ ଗୋଟିଏ ପିଲା ଜନ୍ମ କରନ୍ତି, ତେବେ ୬୨ ଲକ୍ଷ ପୁରସ୍କାର ମିଳିବ । ସେହିପରି ଦୁଇଟି ପିଲା କଲେ ୧.୨୪ କୋଟି ଟଙ୍କା ଏବଂ ତିନିଟି ପିଲା କଲେ ୧.୮୬ କୋଟି ଟଙ୍କା ମିଳିବ । ତେବେ ପୁରସ୍କାର ଦେବାର ଉଦ୍ଦେଶ୍ୟ ହେଉଛି, ଦେଶରେ ଜନସଂଖ୍ୟା ହ୍ରାସ ପାଉଥିବାରୁ ଏହାକୁ ବୃଦ୍ଧି କରିବା ପାଇଁ ଅଭିନବ ଉପାୟ ।

ଏହି ଖବର ସାମ୍ନାକୁ ଆସିବା ପରେ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କମ୍ପାନୀ ଜାରି କରିଥିବା ପ୍ରେସ ରିଲିଜ ଅନୁଯାୟୀ, ଯଦି କୌଣସି କର୍ମଚାରୀଙ୍କ ଘରେ ପିଲାଟିଏ ଜନ୍ମ ହୁଏ, ତେବେ ୧୦୦ ମିଲିଅନ କୋରିଆନ ୱାନ (ପାଖାପାଖି ୬୨.୩୪ଲକ୍ଷ ) ଟଙ୍କା ପୁରସ୍କାର ଭାବେ ମିଳିବ । କମ୍ପାନୀ ଏହି ଯୋଜନା ପାଇଁ ୪୩.୬ କୋଟି ଟଙ୍କା ବଜେଟ ନିର୍ଦ୍ଧାରିତ କରିଛି । ୨୦୨୧ ପର୍ଯ୍ୟନ୍ତ କମ୍ପାନୀ ୭୦ ପିଲାଙ୍କ ଜନ୍ମ ପରେ ପୁରସ୍କାର ଦେଇସାରିଛି । ଏହି ଲାଭ ଉଭୟ ପୁରୁଷ ଓ ମହିଳା କର୍ମଚାରୀ ଉଠାଇପାରିବେ । କମ୍ପାନୀର ଚେୟାରମ୍ୟାନ ଲି ଜଙ୍ଗ କିୟୁନ କହିଛନ୍ତି, ଏଭଳି ଆର୍ôଥକ ସହାୟତା ଦ୍ୱାରା କର୍ମଚାରୀ ନିଜ ପିଲାର ଲାଳନ ପାଳନ କରିବା ସହିତ ଅଧିକ ପିଲା ଜନ୍ମ କରିବାକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି । ଏହି କମ୍ପାନୀର ଚେୟାରମ୍ୟାନ ନିଜ କର୍ମଚାରୀଙ୍କୁ କହିଛନ୍ତି, ଆମେ ଏଭଳି କମ୍ପାନୀ ଯିଏକି ପିଲାଙ୍କ ଜନ୍ମକୁ ପ୍ରୋତ୍ସାହିତ କରିବା ସହିତ ଦେଶର ଭବିଷ୍ୟ ବିଷୟରେ ଚିନ୍ତା କରୁଛୁ ବୋଲି ଆଶା କରୁଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking