30.1 C
Bhubaneswar
Wednesday, February 11, 2026
Homeଓଡିଶାବଦଳିବ ସରକାରୀ କୋଠାର ରଙ୍ଗ

ବଦଳିବ ସରକାରୀ କୋଠାର ରଙ୍ଗ

ଭୁବନେଶ୍ୱର: ସ୍କୁଲ ପିଲାଙ୍କ ପରେ ଏବେ ସରକାରୀ କୋଠାର ପାଳି। ବଦଳିବ ସରକାରୀ କୋଠାର ରଙ୍ଗ । କୋଠାର ବାହ୍ୟ କାନ୍ଥ କମଳା ରଙ୍ଗର ହେବ। ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀଙ୍କ ପକ୍ଷରୁ ଇଂଜିନିୟର ଇନ ଚିଫଙ୍କୁ ଲେଖାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ ନୂଆ ସରକାରୀ କୋଠା ବା ପୁରୁଣା କୋଠାର ରଙ୍ଗ ପରିବର୍ତ୍ତନ ହେବ। ଚିଠିରେ ଲେଖାଯାଇଛି ଯେ ବିଲ୍ଡିଂ କାର୍ଯ୍ୟକ୍ଷମ ଥିଲେ ମରାମତି କିମ୍ବା ନବୀକରଣ ବେଳେ ରଙ୍ଗ ବଦଳିବ। ବାହାର କାନ୍ଥ କମଳା ରଙ୍ଗର ହେବାକୁ ଥିବାବେଳେ ବର୍ଡ଼ରରେ ନାଲି ରଙ୍ଗ ଦିଆଯିବ । ତେବେ ସରକାରୀ କୋଠାର ରଙ୍ଗ ପରିବର୍ତ୍ତନକୁ ନେଇ ମୋହନ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡେଇ । ସେ କହିଛନ୍ତି ଯେ ସରକାରୀ ବିଲଡିଂରେ ରଂଗ ପରିବର୍ତ୍ତନ ନେଇ ସରକାରଙ୍କ ନିଷ୍ପତ୍ତି ସଂକୀର୍ଣ୍ଣ ମାନସିକତାର ପରିଚୟ । ପ୍ରଥମେ ବସର ରଂଗ ପରିବର୍ତ୍ତନ କଲେ, ତାପରେ ସ୍କୁଲ ପିଲାଙ୍କ ୟୂନିଫର୍ମରେ ପରିବର୍ତ୍ତନ କରିଥିଲେ ଏବେ ବିଲଡିଂରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରକୁ ୧୦୦ ଦିନରୁ ଅଧିକ ସମୟ ହୋଇସାରିଲାଣି,ଯେଉଁ ପ୍ରତିଶ୍ରୁତି ଦେଇଥିଲେ କୌଣସିଟି କାର୍ଯ୍ୟକ୍ଷମ ହୋଇନାହିଁ । ରଂଗ ପରିବର୍ତ୍ତନର ସରକାର ନହୋଇ ବିକାଶୋନ୍ମୁଖୀ ସରକାର ହେବା ଦରକାର ।

ଉଲ୍ଲେଖ ଥାଉ କି ଏହା ପୂର୍ବରୁ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିବ ବୋଲି କୁହାଯାଇଥିଲା । ଗୋଟିଏ ବର୍ଷ ପରେ ରଙ୍ଗ ପରିବର୍ତ୍ତନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ୨୦୨୩-୨୪ ଶିକ୍ଷାବର୍ଷରେ ବିଜେଡି ସରକାର ସମୟରେ ଛାତ୍ରଛାତ୍ରୀଙ୍କ ୟୁନିଫର୍ମର ରଙ୍ଗ ‘ହଣ୍ଟର ଗ୍ରିନ୍‌’ କରାଯାଇଥିଲା। ଏବେ ତାହାକୁ ବଦଳାଯାଇ ବାଦାମି ରଙ୍ଗର ଗାରପକା ସାର୍ଟ ଓ ଖଇରିଆ ରଙ୍ଗର ପ୍ୟାଣ୍ଟ ରଖିବାକୁ ନିଷ୍ପତ୍ତି ହୋଇଥିଲା । ଛାତ୍ରଙ୍କ ପାଇଁ ଫୁଲ୍‌ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ଲାଗି ଚୁଡ଼ିଦାର-ପଞ୍ଜାବୀ ସହ ଜ୍ୟାକେଟ୍‌ ପୋଷାକ ରହିଛି। ଛାତ୍ରୀଙ୍କ ଜ୍ୟାକେଟ୍‌ରେ ଦୁଇଟି ପକେଟ୍‌ ରହିଛି। ଛାତ୍ରଙ୍କର ବେଲ୍ଟ ରହିବ। ଡ୍ରେସ୍‌ରେ କୌଣସି ଲୋଗୋ ରହିବ ନାହିଁ। ଯେଉଁ ବିଦ୍ୟାଳୟରେ ପୁରୁଣା ରଙ୍ଗର ୟୁନିଫର୍ମ ଲାଗୁ ହୋଇ ନାହିଁ କିମ୍ବା ବଣ୍ଟନ କରାଯାଇ ନାହିଁ ସେଠାକାର ପିଲାଙ୍କ କ୍ଷେତ୍ରରେ ଏହି ନୂତନ ରଙ୍ଗର ୟୁନିଫର୍ମ ଲାଗୁ କରାଯିବ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ହାଇସ୍କଲରେ ପଢ଼ୁଥିବା ପିଲାଙ୍କୁ ପୋଷାକ ବଣ୍ଟନ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking