21.1 C
Bhubaneswar
Saturday, February 7, 2026
Homeଓଡିଶାବଡଦିନରୁ ଆହୁରି ବଢିବ ଶୀତ!

ବଡଦିନରୁ ଆହୁରି ବଢିବ ଶୀତ!

ଭୁବନେଶ୍ୱର:  ବଡଦିନରୁ ଆହୁରି ବଢିବ ଶୀତ। ରାଜ୍ୟରେ ଏବେ ଶୀତର ଲହରି ଜାରି ରହିଥିବାବେଳେ ଆସନ୍ତା ୨୫ରୁ ଶୀତ ପ୍ରକୋପ ଅସମ୍ଭାଳ ହେବ। ପଶ୍ଚିମା ଝଡ଼ର ପ୍ରସ୍ଥାନ ପରେ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ବୃଦ୍ଧି ସହ ଶୀତର ମାତ୍ରା ବୃଦ୍ଧି ପାଇବା ନେଇ ସୂଚନା ମିଳିଛି। ଆସନ୍ତା ୭ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ କିଛି ସ୍ଥାନରେ ୧ରୁ ୨ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେହିପରି ଆଗାମୀ ୫ଦିନ ପର୍ଯ୍ୟନ୍ତ କୁହୁଡି ନେଇ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ଜଗତ୍‌ସିଂହପୁର, ସୋନପୁର, ବଲାଙ୍ଗୀର, କେନ୍ଦ୍ରାପଡ଼ା, କନ୍ଧମାଳ ଏବଂ କଳାହାଣ୍ଡି ଜିଲାକୁ ସତର୍କ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଗତ ୨୪ଘଣ୍ଟାରେ ରାଜ୍ୟର ପ୍ରାୟ ସମସ୍ତ ଜିଲାରେ ସାଧାରଣ ତାପମାତ୍ରା ରହିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking