21.1 C
Bhubaneswar
Saturday, February 7, 2026
Homeଓଡିଶାକମିବ ଶୀତ, ବଢ଼ିବ କୁହୁଡ଼ି

କମିବ ଶୀତ, ବଢ଼ିବ କୁହୁଡ଼ି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ। ଏଭଳି ଶୀତ ଆହୁରି ୨୪ ଘଣ୍ଟା ଯାଏଁ ଲାଗି ରହିବ। ତେବେ ଘୂର୍ଣ୍ଣିଝଡ଼ ‘ଡିଟୱାହା’ ପ୍ରଭାବରେ ଆସନ୍ତା ୪ ଦିନ ଯାଏଁ ତାପମାତ୍ରା ବଢିବା ସହ ଶୀତ କମିବ। ଆସନ୍ତା ୨୪ ଘଣ୍ଟା ଯାଏଁ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ଏହା ପରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ତେଣୁ ଶୀତର ପ୍ରକୋପ ହ୍ରାସ ପାଇବ। ସେପଟେ ଶୀତ କମିଲେ ମଧ୍ୟ ଘନ କୁହୁଡ଼ି ଦୃଶ୍ୟମାନ େଽ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ରାଜ୍ୟରେ ପାଗ ବର୍ତ୍ତମାନ ଶୁଖିଲା ରହିଛି। ଆସନ୍ତା ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିବା ପୂର୍ବାନୁମାନରେ ପାଗ ଶୁଖିଲା ରହିବ। ଏବେ ବର୍ଷା ନେଇ କୌଣସି ସୂଚନା ଦିଆଯାଇନାହିଁ। ଅର୍ଥାତ୍ ଡିସେମ୍ବର ପ୍ରଥମ ସପ୍ତାହରେ ପାଗ ଶୁଖିଲା ହିଁ ରହିବ। ମିଳିଥିବା ସୂଚନା ଅନୁସାରେ, ଘୂର୍ଣ୍ଣିଝଡ଼ ‘ଡିଟୱାହା’ ପ୍ରଭାବରେ ରାଜ୍ୟରେ ବର୍ତ୍ତମାନ ଶୀତ ପ୍ରକୋପ ସାମାନ୍ୟ କମିଛି। ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା କ୍ରମଶଃ ବୃଦ୍ଧି ପାଇଛି। ଏପରିକି ଆସନ୍ତାକାଲି (ମଙ୍ଗଳବାର) ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ଯେପରିକି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ସାମାନ୍ୟ ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। ବର୍ତ୍ତମାନ ତାପମାତ୍ରାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ଏହାପରେ ପରବର୍ତ୍ତୀ ୪ ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ବର୍ତ୍ତମାନ ତୁଳନାରେ ୨ରୁ ୩ ଡିଗ୍ରୀ କମିପାରେ। ରବିବାର ଜି.ଉଦୟଗିରିରେ ଓ ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଥିବାବେଳେ ବାକି କୌଣସି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ନଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking