ଯାଜପୁର : ସର୍ବଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଧେଶନାମା । ଖାରଜ ଦାବିରେ କଳିଙ୍ଗନଗର ବନ୍ଦ ସର୍ବଚ୍ଚ ନ୍ୟାୟାଳୟ ଙ୍କ ନିର୍ଦ୍ଧେଶନାମା ଖାରଜ କରିବା ଦାବିରେ ବୁଧବାର ସକାଳୁ ଯାଜପୁର ଜିଲ୍ଲା କଳିଙ୍ଗନଗରଓ ଚଣ୍ଡି ଖୋଲ, ରେ ବନ୍ଦ ପାଳନ କରା ଯାଇଛି । ସର୍ବ ଭାରତୀୟ ବନ୍ଦ ଡାକରା ର ପ୍ରଭାବ କଳିଙ୍ଗନଗର ସହ ଦାନଗଦି ଓ ଚଣ୍ଡି ଖୋଲ ରେ ଦେଖିବାକୁ ମିଳିଛି। ସିଭିଲ ସୋସାଇଟ ଫୋରମ ଯାଜପୁର, ଦଳିତ ମଞ୍ଚ ସୁକିନ୍ଦା, ସାମାଜିକ ସମତା ଅଭିଯାନ ଯାଜପୁର, ମୂଳ ନିବାସୀ ଯୁବ ଛାତ୍ର ସାମୁଖ୍ୟ ଦାନଗଦି। ବିସ୍ଥାପନ ବିରୋଧି ଜନମଞ୍ଚ କଳିଙ୍ଗନଗର, ବିସ୍ଥାପିତ ଉନ୍ନୟନ ପରିଷଦ କଳିଙ୍ଗନଗର ସହ ବିଭିର୍ଣ୍ଣ ଗଣ ସଂଗଠନ ପକ୍ଷରୁ ଭାରତ ବନ୍ଦ ଆହ୍ୱାନ ଦେଇ ବିଶ୍ୱନାଥ ପାତ୍ର, ସୁଶାନ୍ତ ମଲିକ,କାଳନ୍ଦି ମଲ୍ଲିକ, ବାବୁଲିପୁର୍ତ୍ତି, ରବିନ୍ଦ୍ର ଜାରିକା, ମୁନା ଜାରିକା, ପ୍ରହଲ୍ଲାଦ ମଲ୍ଲିକ, ବାବୁଲି ପାତ୍ର, କ୍ଷେତ୍ର ବାସି ମଲିକ, ରସାନନ୍ଦ ଦାସ, ଅର୍ଜୁନ ପୂର୍ତ୍ତି, ହୋ ଭାଷା ସୁରକ୍ଷା ମଞ୍ଚ ର ମୁନା ଜାରିକା, ସ୍ବର୍ଣ୍ଣଲତା ବାନରା ଙ୍କ ନେତୃତ୍ୱ ରେ କଳିଙ୍ଗନଗର ବନ୍ଦ କରାଯାଇଥିଲା । ଡ଼ୁବୁରି ଛକକୁ ସକାଳ ଛ ଘଟିକାରୁ ବନ୍ଦ କରିବା ଫଳରେ ଗାଡି ମୋଟର ଏକ ରକମ ଠପ ହୋଇଯାଇଥିଲା । ଡ଼ୁବୁରି ଠାରୁ ଦାନଗଦି, ଡ଼ୁବୁରି ଠାରୁ ଚଣ୍ଡିଖୋଲ, ସୁକିନ୍ଦା ଖଣି ଅଞ୍ଚଳ ଠାରୁ କେନ୍ଦୁଝର ପର୍ଯ୍ୟନ୍ତ ଗାଡି ମୋଟର ବନ୍ଦ ର ପ୍ରଭାବ ପଡିଥିଲା। ଦଳିତ, ଆଦିବାସି ସଂଗଠନ ପକ୍ଷରୁ କଳିଙ୍ଗନଗର ର ହାର୍ଟ କୁହାଯାଉଥିବା ଡ଼ୁବୁରି ଛକ କୁ ବନ୍ଦ କରି ଆନ୍ଦୋଳନ କାରିଙ୍କ ପକ୍ଷରୁ ପିକେଟିଂ କରାଯାଇଥିଲା। ଆନ୍ଦୋଳନ ସ୍ଥଳ ରେ କଳିଙ୍ଗନଗର ଥାନା ଆଇଆଇସି ପ୍ରକାଶ କୁମାର ସାହୁ ଙ୍କ ସହ କଳିଙ୍ଗନଗର ଅତିରିକ୍ତ ଏସପି ସିଲଭରସ ଟୋପ ଏକ ପ୍ଲାଟୁନ ଫୋର୍ସ ସହ ଆଇନ ଶୃଙ୍ଖଳା ପ୍ରତି ସଜାଗ ହୋଇ ଆନ୍ଦୋଳନ ସ୍ଥଳରେ ପୋଇଁ ତରା ମାରିଥିଲେ। ଦଳିତ ଆଦିବାସୀ ସଂଗଠନ ପକ୍ଷରୁ ବନ୍ଦ କରାଯାଇ ସର୍ବଚ୍ଚ ନ୍ୟାୟାଳୟ ସରଂକ୍ଷଣ ସମ୍ବନ୍ଧ ରେ ଦେଇଥିବା ନିର୍ଦେଶାନାମାକୁ ଅବିଳମ୍ବେ ଖାରଜ କରିବାକୁ ଦଳିତ, ଆଦିବାସି ଙ୍କ ପକ୍ଷରୁ ଦାବୀ କରି ବିଭିର୍ଣ୍ଣ ସ୍ଲୋଗାନ ସହ ବକ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଥିଲା । ସେହିପରି ଦାନଗଦି ମିଲିଟାରି ଛକ ରେ ସୁଜିତ କୁମାର ମଲ୍ଲିକ, ଅନିଲ କୁମାର ନାଗବଂଶୀ ଙ୍କ ନେତୃତ୍ୱ ରେ ବନ୍ଦ ପାଳନ ର ପ୍ରଭାବ ଦେଖିବାକୁ ମିଳିଛି । ଯାଜପୁରରୋଡ଼ ଆଇଆଇସି ଉପେନ୍ଦ୍ର ପ୍ରଧାନ, ଦାନଗଦି ଫାଣ୍ଡି ଅଧିକାରି ଅଜୟ କୁମାର ସାହୁ ଙ୍କ ନେତୃତ୍ୱ ରେ ପୋଲିସ ବଳୟ ମଧ୍ୟରେ ଆନ୍ଦୋଳନକାରିଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଇଥିଲା। କଳିଙ୍ଗନଗର ସହ ଦାନଗଦି ରେ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଥିଲା। ଚଣ୍ଡିଖୋଲ ରେ ଦଳିତ ନେତା ମନରାଜନ ଯେନା ଙ୍କ ନେତ୍ରୁ ରେ ଚଣ୍ଡି ଖୋଲ ରେ ଅନ୍ଧୋଳନ ତ୍ରିବ୍ର ତର ହେବାରୁ ପୋଲିସ ଅନ୍ଧଳାନ ହେବରୁ ପୋଲିସ , ଗିରଫ କରି ଥିଲା ।










