ଭୁବନେଶ୍ୱର: ଓଡ଼ିଶା ମହାନଗର ନିଗମର ଆଇନ ଅନୁସାରେ ଜମି ଅଧିକାର ପାଇଥିବା ବସ୍ତିବାସିନ୍ଦାଙ୍କୁ ବଳପୂର୍ବକ ବିସ୍ଥାପନ ଉଦ୍ୟମ ବିରୁଦ୍ଧରେ ଅଭିଯୋଗ ଜଣାଇଛନ୍ତି ନାରାୟଣ ବସ୍ତିର ବାସିନ୍ଦା । କହିଛନ୍ତି ଆମେମାନେ ଭୁବନେଶ୍ଵର ମହାନଗର ନିଗମ ଅନ୍ତର୍ଗତ ପୂର୍ବ ନଂ-୪୭ ଅଧୀନସ୍ଥ ଗୋପବନ୍ଧୁ ନଗରସ୍ଥିତ ବ୍ୟାଚ୍ଲର ବାରାକ ନାରାୟଣ ବସ୍ତିର ବାସିନ୍ଦା ।ଆମେମାନେ ମୁଖ୍ୟତଃ ଶ୍ରମଜୀବୀ ବର୍ଗର । ଏହି ବସ୍ତିରେ ରେ ୧୩୦ ପରିବାର ଦୀର୍ଘ ପ୍ରାୟ ୫୦ ବର୍ଷ ଧରି ଦସବାସ କରି ଆସୁଅଛୁ। ଦୀର୍ଘଦିନ ଧରି ରହି ଆସିଥିବାରୁ ଏହି ସ୍ଥାନରେ ସ୍ଥାୟୀ ବାସିନ୍ଦା ଭାବେ ରେସନ କାର୍ଡ, ଭୋଟର ପରିଚୟପତ୍ର, ବିଦ୍ୟୁତ ସଂଯୋଗ ଆଦି ହାସଲ କରିଅଛୁ ।ଆମ୍ଭେମାନେ ଓଡ଼ିଶା ମହାନଗର ନିଗମ ଆଇନର ଧାରା- ୪୮୨ ଅନୁସାରେ ଭୂମିହୀନ ହୋଇଥିବାରୁ ଆମମାନଙ୍କର ପରିବାରଗୁଡ଼ିକ ସର୍ଭେଭୁକ୍ତ ହୋଇଥିଲା ଏବଂ ସେହି ଅନୁସାରେ ଆମେ ୧୩୦ଟି ପରିବାର ଗୋପବନ୍ଧୁନଗର ମୌଳାର ଘରବାରି ଜମି ଉପରେ ଜମି ଅଧୁକାର ପ୍ରମାଣପତ୍ର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଅଛୁ । ସେଥୁମଧ୍ୟରୁ ୬୨ଟି ପରିବାର “ଜମି ଅଧୁକାର ପ୍ରମାଣପତ୍ର ପାଇଛନ୍ତି ଓ ଅବଶିଷ୍ଟ ପରିବାରଗୁଡ଼ିକ “ଜମି ଅଧିକାର ପ୍ରମାଣପତ୍ର” ପାଇବା ପାଇଁ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଚିଠି ପାଇସାରିଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ରୁ ଏକ ନିର୍ଦ୍ଦେଶ ମିଳିବା ପରେ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଆମମାନଙ୍କୁ ବଳପୂର୍ବକ ବିସ୍ତାପନ କରିବା ପାଇଁ ଅଭିଯାନ ଆରମ୍ଭ କରି ଦିଆଯାଇଛି ।
ଆହୁରି କହିଛନ୍ତି, ଆମ୍ଭେମାନେ ଦୀର୍ଘଦିନ ଧରି ଯେଉଁ ଜମିକୁ ଆମର ଏକମାତ୍ର ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରି ଆସୁଅଛୁ, ସେହି ସ୍ଥାନରେ “ପ୍ରମୋଦ ଉଦ୍ୟାନ ” କରାଯିବ ବୋଲି ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ କୁହାଯାଉଛି । ଏହିମତେ ନିଗମ ପକ୍ଷରୁ ସମ୍ବାଦପତ୍ରରେ ୧୩.୦୩.୨୦୨୫ ତାରିଖରେ ଏକ ସର୍ବସାଧାରଣ ନୋଟିସ୍ ଜରିଆରେ ଆମମାନଙ୍କୁ ଜମିତ୍ର ବେଦଖଲ କରିବା ପାଇଁ ଧମକ ଦିଆଯାଇଛି। ଏଥି ସହ ଆସମାନଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ମହାନଗର ନିଗମ ପକ୍ଷରୁ ୧୨.୦୩.୨୦୨୫ ତାରିଖରେ ନୋଟିସ୍ ଜାରି କରାଯାଇଛି । ୩ଦିନ ମଧ୍ୟରେ ଉକ୍ତ ଜାଗାଟିକୁ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆମେମାନେ ଯେଉଁ ଜମିରେ ଆଜି ବସବାସ କରୁଅଛୁ ତାହା ଆଇନ ଅନୁସାରେ ଆମମାନଙ୍କର ଘରୋଇ ଜମି। ଏହା ଆଜି ଆଉ ‘ସର୍ବସାଧାରଣ କମି’ ନୁହେଁ କିମ୍ବା ଆମେମାନେ ‘ ଜବରଦଖଲକାରୀ’ ନୋହୁଁ । ସେହି ଜମି ଉପରେ ପ୍ରମୋଦ ଉଦ୍ୟାନ କରାଯିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଯଦି ନିଷ୍ପତ୍ତି କରିଛନ୍ତି ଓ ସେହିମତେ ଭୁବନେଶ୍ଵର ମହାନଗର ନିଗମକୁ ନିର୍ଦ୍ଦେଶ ଦିଆଯାଇଛି, ତେବେ ଆପଣଙ୍କ ସରକାର ‘ଲୋକଙ୍କ ସରକାର” ବୋଲି ଦାବି କରିପାରିବ କି? ଆମମାନଙ୍କର ଲିଖିତ ଓ ମୌଖିକ ଆଦେବନକୁ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ବିଚାର କରାଯିବା ବଦଳରେ “ଘର ଭାଙ୍ଗି ଚାଲିଯିବା ପାଇଁ ମାଇକ୍ ଯୋଗେ ଆମମାନଙ୍କୁ ବିଭିନ୍ନ ସମୟରେ ଧମକ ଦିଆଯାଇଛି ।
ଆମେମାନେ ଯେଉଁ ଜମିଗୁଡ଼ିକ ଉପରେ ଜମି ଅଧିକାର ପ୍ରମାଣପତ୍ର ପାଇଛୁ, ବି.ଡ଼ି. ଏ. ମାଷ୍ଟର ପ୍ଲାନ୍ ଅନୁସାରେ ସେ ସବୁ ‘ଘରବାରି” ଅଞ୍ଚଳ। ‘ଆଶ୍ରମର ଅଧିକାର’ (Right to shelter) ଏକ ମୌଳିକ ଅଧିକାର । ସହରର ଜୀବନରେଖା ଭାବେ ବିବେଚିତ ବସ୍ତିବାସିନ୍ଦାଙ୍କୁ ସେମାନଙ୍କ ଜମି ଅଧିକାରରୁ ବଞ୍ଚିତ କରାଯାଇ ସେହି ସ୍ଥାନରେ ‘ପ୍ରମୋଦ ଉଦ୍ୟାନ’ କରାଯିବା ଏକ ବହୁମୁଖୀ ଉନ୍ନୟନ ଯୋଜନା ଦିବାର କରାଯିବା ଆଦୌ ନ୍ୟାୟ ସଙ୍ଗତ ନୁହେଁ ।ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଦ୍ୱାରା ପ୍ରମୋଦ ଉଦ୍ୟାନ” ପାଇଁ କୌଣସି ନିଷ୍କତି ନିଆଯାଇ ଥିଲେ ତାହାକୁ ପ୍ରତ୍ୟାହାର କରାଯାଉ ।










