ଭୁବନେଶ୍ୱର: ଖୁବଶୀଘ୍ର ନୂଆପଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ କରିବେ । ଶେଷ ଭାଗରେ ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିବେ । ନବୀନଙ୍କ ନୂଆପଡା ପ୍ରଚାରକୁ ନେଇ ରାଜସ୍ୱ ମନ୍ତ୍ରୀ କଟାକ୍ଷ କରିଛନ୍ତି । କହିଛନ୍ତି, ନବୀନ ବାବୁ ନବୀନ ନିବାସରୁ ବାହାରନ୍ତୁ, କାମ କରିବାକୁ ପ୍ରେରଣା ମିଳିବ ।










