24.1 C
Bhubaneswar
Monday, March 23, 2026
Homeଓଡିଶାସିଙ୍ଗାପୁର ଯିବେ ମୁଖ୍ୟମନ୍ତ୍ରୀ

ସିଙ୍ଗାପୁର ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ହେଲା ପରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିବାକୁ ଯାଉଛନ୍ତି , ମୋହନ ଚରଣ ମାଝୀ । ତାଙ୍କର ଏହି ଗସ୍ତ ସିଙ୍ଗାପୁରକୁ ହେବ। ଏହି ଗସ୍ତକାଳରେ ସେ ଓଡ଼ିଶାରେ ବ୍ୟବସାୟିକ ସଂପ୍ରସାରଣ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା କରିବେ। ଶ୍ରୀ ମାଝୀ ଆସନ୍ତା ୧୮ ତାରିଖ ଦିନ ସିଙ୍ଗାପୁର ଗସ୍ତ କରିବେ ବୋଲି ଜଣାପଡ଼ିଛି। ଶ୍ରୀ ମାଝୀ ନଭେମ୍ବର ୧୮ରୁ ସିଙ୍ଗାପୁର ଗସ୍ତ କରିବେ। ସେଠାରେ ସେ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ରହିବେ। ଏହି ଗସ୍ତକାଳରେ ସେ ରୋଡ ସୋ’ କରିବେ। ଏଥି ସହିତ ନିବେଶକମାନଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉତ୍କର୍ଷ ଓଡ଼ିଶା-ମେକ୍ଇନ୍ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ ପାଇଁ ପାଇଁ ସିଙ୍ଗାପୁର ଗସ୍ତ କରିବେ। ଏହି ଗସ୍ତ କାଳରେ ତାଙ୍କ ସହିତ ଶିଳ୍ପମନ୍ତ୍ର ସଂପଦ ସ୍ବାଇଁ ଓ ରାଜ୍ୟ ସରକାରଙ୍କର କିଛି ବରିଷ୍ଠ ଅଧିକାରୀ ରହିବେ। ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍ ଓଡ଼ିଶା କ‌ନ୍‌କ୍ଲେଭ୍‌-୨୦୨୫ ପାଇଁ ବିଶିଷ୍ଟ ଶିଳ୍ପପତିମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭେଟିବା ଦ୍ବାରା କେନ୍ଦୁଝର ଜିଲ୍ଲାରେ ଜେଏସ୍‌ଡବ୍ଲ୍ୟୁ-ପୋସ୍କୋର ମିଳିତ ସହଯୋଗରେ କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବାର ଆଶା ଦେଖାଯାଇଛି, ଯାହା କି ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନକ ପୂର୍ବରୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking