28.1 C
Bhubaneswar
Thursday, March 5, 2026
Homeଓଡିଶାମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ମାଲକାନଗିରି ଗସ୍ତରେ ଯିବେ । ବନ୍ୟାରେ ମାଲକାନଗିରିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ବନ୍ୟା ସ୍ଥିତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ମାଲକାନଗିରି ଯିବେ । ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ମାଲକାନଗିରି ଯିବାର କାର୍ଯ୍ୟକ୍ରମ ରହିଛି ।ମାଲକାନଗିରିର ବହୁସ୍ଥାନରେ ବର୍ଷାଜଳ ଯୋଗୁ ଲୋକେ ପାଣି ଘେରରେ ଅଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଏସଆରସିଙ୍କ ସମେତ ଦୁଇ ଜିଲାର ଜିଲାପାଳଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ରାଜସ୍ବ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ। ବର୍ଷାଜନିତ ସମସ୍ୟା ପାଇଁ ଏନଡିଆରଏଫ ଟିମ ୪ ଜିଲା ଗସ୍ତ କରିଥିଲେ। ସେହି ଜିଲାଗୁଡିକ ହେଉଛି ଗଞ୍ଜାମ, ପୁରୀ, କଟକ, ନୟାଗଡ଼। ଏହି ଚାରି ଜିଲାକୁ ଗୋଟିଏ ଲେଖାଏ ଏନଡିଆରଏଫ ଟିମ ଯାଇଥିଲେ। ପୂର୍ବରୁ ବନ୍ୟା ପ୍ରଭାବିତ ମାଲକାନଗିରି ଯାଇଥିଲେ ଏନଡିଆରଏଫ ଟିମ । ଆଜି ଅପରାହ୍ନ ୩ଟାରେ ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ପହଞ୍ଚିବାର କାର୍ୟ୍ୟକ୍ରମ ରହିଛି। ଏହାପରେ ସେ ହେଲିକପ୍ଟର ଯୋଗେ ଜିଲ୍ଲାର ବନ୍ୟାଞ୍ଚଳ ବୁଲି ଦେଖିବେ। ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ରହିବେ । ଏହାପରେ ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତିର ମୁକାବିଲା ନେଇ ସମୀକ୍ଷା ବୈଠକରେ ଯୋଗଦେବେ । ଏହି ବୈଠକରେ ମାଲକାନଗିରି ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସ୍‌ପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ତୁରନ୍ତ କ୍ଷୟକ୍ଷତିର ଆକଳନ କରାଯାଇ ଲୋକଙ୍କୁ କ୍ଷତିପୂରଣ ଦେବାକୁ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବେ ବୋଲି ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking