କେନ୍ଦୁଝର: ନିଜ ଗାଁ କେନ୍ଦୁଝର ଜିଲ୍ଲା ରାଇକଳା ଯିବା ବେଳେ ରାସ୍ତାରେ ଅଟକି ଅଭିଯୋଗ ଶୁଣାଣି କଲେ ମୋହନ ଚରଣ ମାଝୀ । ଦିନ ୧୦ଟା ବେଳେ ସର୍କିଟ ହାଉସରୁ ରାଇକଳା ଯିବା ରାସ୍ତାରେ ଅଭିଯୋଗ ନେଇ ଠିଆ ହୋଇଥିବା ଲୋକଙ୍କର ପାଖେ ଅଟକି ସେମାନଙ୍କର ଦୁଃଖ ଶୁଣିଥିଲେ ମୁଖ୍ୟମନ୍ତ୍ରୀ । ସେମାନଙ୍କ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିଲେ । ପରେ ରାଇକଳା ଗାଁର ଅନୁଷ୍ଠିତ ଗୋବର୍ଦ୍ଧନ ପୂଜା ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ରାଇକଳାରେ ସନ୍ଧ୍ୟା ୬ଟାରେ ଫେରି କେନ୍ଦୁଝରର ବିଭିନ୍ନ କାଳୀପୂଜା ମଣ୍ଡପର ବୁଲିବାର ରହିଛି କାର୍ଯ୍ୟକ୍ରମ । ଗତକାଲି ନିଜ ଜନ୍ମମାଟି ରାଇକଳାରେ ଦୀପାବଳି ପାଳନ କରିଥିଲେ । ପରେ ସେ ନିଜେ ମାଦଳ ବଜାଇ ଲୋକଙ୍କ ଗହଣରେ ଦୀପାବଳିର ଆନନ୍ଦ ଉଠାଇଥିଲେ ।










