31.1 C
Bhubaneswar
Monday, September 23, 2024
Homeଓଡିଶାମୁଖ୍ୟମନ୍ତ୍ରୀ ପ୍ରମାଣ କରିଦେଲେ ସେ ଲୋକଙ୍କ ମୁଖ୍ୟମନ୍ତ୍ରୀ : ପୀଡ଼ିତା

ମୁଖ୍ୟମନ୍ତ୍ରୀ ପ୍ରମାଣ କରିଦେଲେ ସେ ଲୋକଙ୍କ ମୁଖ୍ୟମନ୍ତ୍ରୀ : ପୀଡ଼ିତା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସୋମବାର ଲୋକସେବା ଭବନରେ ମେଜର  ଏବଂ ତାଙ୍କ ବାନ୍ଧବୀ ଭେଟିଛନ୍ତି  ।ସେମାନଙ୍କ ସହ ସମ୍ପୃକ୍ତ ଯୁବତୀଙ୍କ ବାପା ଓ   କିଛି ଅବସରପ୍ରାପ୍ତ ସେନା ଅଧିକାରୀ ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସମ୍ପୃକ୍ତ ପୀଡ଼ିତା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରମାଣ କରିଦେଲେ ଯେ ସେ ଲୋକଙ୍କ ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସମ୍ପୃକ୍ତ ପୀଡ଼ିତା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରମାଣ କରିଦେଲେ ଯେ ସେ ଲୋକଙ୍କ ମୁଖ୍ୟମନ୍ତ୍ରୀ । ଏଥିସହ ବିଚାରବିଭାଗୀୟ ତଦନ୍ତ ପାଇଁ ନିଦେ୍ର୍ଧଶ ଦେଇଥିବାରୁ ପୀଡ଼ିତା ଜଣଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି ।  ଗତକାଲି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ମାମଲାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ମାନ୍ୟବର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଉକ୍ତ ତଦନ୍ତ ହେବ । ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ମାନ୍ୟବର କମିଶନଙ୍କୁ  ଅନୁରୋଧ କରାଯାଇଛି । ଏହାସହିତ ମାନ୍ୟବର ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ  କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ମଧ୍ୟ ମାନ୍ୟବର ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଥିଲା । ତେବେ ମାନ୍ୟବର ହାଇକୋର୍ଟ ମାମଲାର ତଦନ୍ତ ଅନୁଧ୍ୟାନ କରିବାକୁ ମନା କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking