ଭୁବନେଶ୍ୱର : ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଭିଯୋଗ ପ୍ରକୋଷ୍ଠରେ ସାଧାରଣ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କର ସମସ୍ୟା ପଚାରି ବୁଝିଛନ୍ତି । ଲୋକେ ନିଜ ନିଜର ସମସ୍ୟା ଜଣାଇବାକୁ ବିଭିନ୍ନ ଜିଲ୍ଲାରୁ ଆସିଛନ୍ତି । ଦିବ୍ୟାଙ୍ଗ , ବୃଦ୍ଧ, ବୃଦ୍ଧା ଅସହାୟ ମହିଳା ଆସିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ନିଜର ଗୁହାରୀ ଜଣାଇବାକୁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜଣ ଜଣ କରି ଲୋକଙ୍କୁ ଭେଟି ଅଭିଯୋଗ ଶୁଣୁଛନ୍ତି । ଅନ ଦ ସ୍ପଟ ଲୋକଙ୍କ ସମସ୍ୟାର ସମାଧାନ କରାଯାଉଛି ।