29.1 C
Bhubaneswar
Monday, March 23, 2026
Homeଓଡିଶାଜାତୀୟ ସଡକ ସୁରକ୍ଷା ମାସ ପାଳନରେ  ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଜାତୀୟ ସଡକ ସୁରକ୍ଷା ମାସ ପାଳନରେ  ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ  ଜାତୀୟ ସଡକ ସୁରକ୍ଷା ପାଳନ କରାଯାଉଛି ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିଛନ୍ତି । ଭୁବନେଶ୍ୱର ମହାତ୍ମାଗାନ୍ଧୀ  ମାର୍ଗରେ  ରାଜ୍ୟ ସଡକ ସୁରକ୍ଷା  ମାସର ଶୁଭ  ଉଦଘାଟନ ହୋଇଛି । ଏଠାରେ  ସଡକ ସୁରକ୍ଷା ସହ  ଟ୍ରାଫିକ ନିୟମ ପାଳନ ନେଇ  ସଚେତନ କରାଯାଇଛି । ଏଥିସହ ଓଡିଶା ଯାତ୍ରୀ  ଆପର ମଧ୍ୟ  ଶୁଭାରମ୍ଭ କରିଛନ୍ତି  ମୁଖ୍ୟମନ୍ତ୍ରୀ ।  ଏହି ଅବସରରେ  ଏକ ପଦଯାତ୍ରା  ମାଷ୍ଟର କ୍ୟାଣ୍ଟିନ  ଛକଠାରୁ  ବାହାରି  ରାମ ମନ୍ଦିର ଛକ ଯାଏଁ ଚାଲିଥିଲା ।  ଟ୍ରାଫିକ ସମସ୍ୟା ପାଇଁ  ୨ ହଜାର ଟ୍ରାଫିକ  କର୍ମଚାରୀ ପୋଷ୍ଟ ବାହାରିବ ।  ମୁଖ୍ୟମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ  ୫୦୦ ଟ୍ରାଫିକ  କର୍ମଚାରୀଙ୍କୁ  ନିଯୁକ୍ତି ଦିଆଯିବ । ଏହା ସହିତ ସୁରକ୍ଷିତ ଭାବେ ଗାଡି ଚଳାଇ ନିଜ ଘରକୁ ଫେରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମନ୍ତ୍ରୀ କୃଷ୍ଣ ମହାପାତ୍ର, ମେୟର ସୁଲୋଚନା ଦାସ, ବିଧାୟକ ମାନେ, ମୁଖ୍ୟ ସଚିବ ମନୋଜ ଆହୁଜା, ପୁଲିସ ମୁଖ୍ୟ ଯୋଗେଶ ବାହାଦୁର ଖୁରାନିଆ, ପରିବହନ ବିଭଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking