ପୁରୀ: ବଡ ଦାଣ୍ଡରେ ଗଡିଲା ରଥ । ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ସକାଳ ନୀତିକାନ୍ତି ପରେ ପୁଣି ରଥ ଟଣା ଆରମ୍ଭ ହେଲା । ରଥ ଟାଣୁଛନ୍ତି ଅଗଣିତ ଭକ୍ତ । ସିଂହଦ୍ୱାର ସମ୍ମୁଖରୁ ଗଡିଲା ନନ୍ଦିଘୋଷ ରଥ । ଘଣ୍ଟ , ଘଣ୍ଟା, ହୁଳୁହୁଳିରେ କମ୍ପୁଛିି ବଡଦାଣ୍ଡ । ଗତକାଲି ଅଧାବାଟରେ ଅଟକିଥିଲେ ଶ୍ରୀଜିଉ । ଆଜି କାଳିଆ ସାଆନ୍ତଙ୍କ ରଥକୁ ଟାଣି ନେଉଛନ୍ତି ଭକ୍ତ ।