ପୁରୀ: ତାଳଧ୍ୱଜ ପରେ ଦର୍ପଦଳନ ରଥକୁ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ଘର୍ଘର ନାଦରେ ବଡାଦାଣ୍ଡରେ ଗଡୁଛି ରଥ । ହରିବୋଲ , ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ପୁରୀ । ଛେରା ପହଁରା ପରେ ରଥ ଟଣା ଆରମ୍ଭ ହୋଇଛି । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ,ପରେ ସୁଭଦ୍ରାଙ୍କ ଦେବଦଳନ ରଥ ଟଣାଯାଇଛି । ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯିବ । ପ୍ରଭୁ ସୁଦର୍ଶନଙ୍କର ପହଣ୍ଡି ଆରମ୍ଭ ହୋଇଥିଲା। ଏହାପରେ ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିଛନ୍ତି।