21.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶମିଟିଂରେ ଯୋଗ ଦେଇନପାରିବାରୁ  ୯୯ ଜଣଙ୍କୁ ବହିଷ୍କାର କଲେ ସିଇଓ

ମିଟିଂରେ ଯୋଗ ଦେଇନପାରିବାରୁ  ୯୯ ଜଣଙ୍କୁ ବହିଷ୍କାର କଲେ ସିଇଓ

ୱାଶିଂଟନ:ବୈଠକରେ ଯୋଗଦେଇ ନ ପାରିବାରୁ ୯୯ ଜଣ କର୍ମଚାରୀଙ୍କୁ ବହିଷ୍କାର। ଆମେରିକାର ଏକ କମ୍ପାନୀର ସିଇଓ କର୍ମଚାରୀଙ୍କ ବିରୁଦ୍ଧରେ ଏପରି କାର‌୍ୟ୍ୟାନୁଷ୍ଠାନ ନେଇଛି। କମ୍ପାନୀରେ ଥିବା ମୋଟ ୧୧୦ କର୍ମଚାରୀଙ୍କ ମଧ୍ୟରୁ ୯୯ ଜଣଙ୍କୁ ଏକା ସାଙ୍ଗରେ ବାହାର କରି ଦିଆଯାଇଛି।ବହିଷ୍କୃତ ହୋଇଥିବା ଜଣେ କର୍ମଚାରୀ ରେଡ୍ଡିଟ୍ (ଏକ ୱେବସାଇଟ)ରେ ଏନେଇ ପୋଷ୍ଟ କରି ଘଟଣାକୁ ସର୍ବ ସମ୍ମୁଖକୁ ଆଣିଛନ୍ତି। ସିଇଓଙ୍କ ପକ୍ଷରୁ ତାଙ୍କୁ ପଠା ଯାଇଥିବା ଲେଟର୍ ଶେଆର କରି ସେ କହିଛନ୍ତି, “ମୁଁ ବାଦ୍ୟଯନ୍ତ୍ର ବିକ୍ରୟ କରୁଥିବା ଏକ କମ୍ପାନୀରେ ଯୋଗ ଦେଇଥିଲି। ମାତ୍ର ଯୋଗଦେବାର ଗୋଟିଏ ଘଣ୍ଟା ପରେ ମୋତେ ଚାକିରିରୁ ବହିଷ୍କାର କରାଯାଇଛି। ସିଇଓ ନିଜକୁ ବଲଦିବିନ ବୋଲି ଦର୍ଶାଇ ଏକ ଲମ୍ବା ଚିଠି ଲେଖି ଆମମାନଙ୍କୁ ବହିଷ୍କାର କରିଛନ୍ତି।” କର୍ମଚାରୀମାନେ କମ୍ପାନୀ ସହ କରିଥିବା ଚୁକ୍ତିକୁ ବାତିଲ୍ କରିବା ସହ କମ୍ପାନୀରୁ କିଛି ନେଇଥିଲେ ଫେରସ୍ତ କରିବାକୁ ଚିଠିରେ କୁହାଯାଇଛି। କମ୍ପାନୀ ସହ ଜଡ଼ିତ ସମସ୍ତ ଲଗଇନ୍ ଆକାଉଣ୍ଟକୁ ସାଇନ୍ ଆଉଟ୍ କରିବାକୁ ମଧ୍ୟ ସିଇଓ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking