26.1 C
Bhubaneswar
Sunday, March 15, 2026
Homeଦେଶ ବିଦେଶମଧ୍ୟବିତ୍ତ ପରିବାରଙ୍କ ଆଶା ଆକାଂକ୍ଷାକୁ କେନ୍ଦ୍ର ସରକାର ପୂରଣ କରିବାରେ ସମର୍ଥ

ମଧ୍ୟବିତ୍ତ ପରିବାରଙ୍କ ଆଶା ଆକାଂକ୍ଷାକୁ କେନ୍ଦ୍ର ସରକାର ପୂରଣ କରିବାରେ ସମର୍ଥ

ନୂଆଦିଲ୍ଲୀ: କେନ୍ଦ୍ର ରେଳ, ସୂଚନା ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟକୁ ସ୍ୱାଗତ କରିଛନ୍ତି। ବଜେଟରେ ରେଳବାଇ ପାଇଁ ୨.୫୨ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜି ବ୍ୟୟ ବ୍ୟବସ୍ଥା କରାଯାଇଥିବାରୁ କେନ୍ଦ୍ର ରେଳ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେ କହିଛନ୍ତି, ରେଳବାଇ ନିଜର ନେଟୱର୍କ ବଢ଼ାଉଛି। ଶ୍ରୀ ବୈଷ୍ଣବ ଆହୁରି କହିଛନ୍ତି, ଇଣ୍ଡିଆ ସେମିକଣ୍ଡକ୍ଟର ମିସନ ଏବଂ ଇଣ୍ଡିଆ ଏଆଇ ମିସନ ଆଗାମୀ ବର୍ଷଗୁଡ଼ିକରେ ଦେଶର ବୈଷୟିକ ଚାହିଦା ଓ ଆବଶ୍ୟକତା ପୂରଣ ପାଇଁ ମୂଳଦୁଆ ପକାଇଛି। ସେହିପରି କ୍ୱାଣ୍ଟମ ମିସନ, ଅନୁସନ୍ଧାନ ନେସନାଲ ରିସର୍ଚ୍ଚ ଫାଉଣ୍ଡେସନ, ଏବଂ ଡିପଟେକ୍‌ ଷ୍ଟାର୍ଟଅପ୍‌ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଏହାଦ୍ୱାରା ଦେଶରେ ଏକ ଶକ୍ତିଶାଳୀ ବୈଷୟିକ ଆଧାର ପ୍ରତିଷ୍ଠା ହେବ। ବର୍ତ୍ତମାନ ସମୟରେ ଭାରତ ପାଇଁ ଏଭଳି ପ୍ରଗତି ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking