26.1 C
Bhubaneswar
Wednesday, February 4, 2026
Homeଓଡିଶାକେନାଲ ଦ୍ୱାରା ୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପାଖାପାଖି କରୁଛି ଅତିକ୍ରମ

କେନାଲ ଦ୍ୱାରା ୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପାଖାପାଖି କରୁଛି ଅତିକ୍ରମ

ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେଶନର ସପ୍ତମ ଦିନ । ଗୃହରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓଭରଲାପିଂ ବିଷୟରେ ପ୍ରଶ୍ନ କରିଛନ୍ତି ଯେ,  ଆଠଗଡ ନିର୍ବାଚନ ମଣ୍ଡଳୀ  ଅନ୍ତର୍ଗତ  ତିଗିରିଆ ଅଞ୍ଚଳରେ   କ୍ଷୁଦ୍ର  ଜଳସେଚନ ବିଭାଗର ପ୍ରଣାଳୀ  ଏବଂ  ରେଙ୍ଗାଲୀ  ପ୍ରକଳ୍ପ ସମନ୍ୱୟରେ  ଏହାର ଆୟକଟ  ବା କ୍ଷେତ୍ରାଞ୍ଜଳ  ଓଭର ଲାପିଂ ହେବାର କିଛି ରିପୋର୍ଟ ହସ୍ତଗତ ହୋଇଛି କି ? ବିଧାୟକଙ୍କ ପ୍ରଶ୍ନରେ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ଉତ୍ତର ରଖି କହିଛନ୍ତି ,  ରେଙ୍ଗାଲୀ ଦକ୍ଷିଣ ଜଳସେଚନ ପ୍ରକଳ୍ପର ନରସିଂହପୁର ଶାଖା କେନାଲ ଦ୍ୱାରା  ତିଗିରିଆ   ଅଞ୍ଚଳର  ଦୁଇଗୋଟି  କ୍ଷୁଦ୍ର ଜଳସେଚନ ପ୍ରକଳ୍ପର  ପାଖାପାଖି   ଅତିକ୍ରମ କରୁଛି । ଏଥିରେ ଆୟକଟ ଓଭର ଲାପିଂର ସମ୍ଭାବନା ହେତୁ କ୍ଷୁଦ୍ର ଜଳସେଚନ ବିଭାଗକୁ ଜଣାଯାଇଛି ।  କିନ୍ତୁ ରେଙ୍ଗାଲୀ ପାଶ୍ୱର୍ରେ ଥିବା ଯମୁନା ବନ୍ଧ  ଓ ବାରମାଣ ବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଦ୍ୱୟରେ କୌଣସି କାର୍ଯ୍ୟ ବର୍ତ୍ତମାନ ନକରିବା ପାଇଁ ନିର୍ଦ୍ଦେଶ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking