21.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶଭିସା ନୀତିରେ ବଡ଼ ପରିବର୍ତ୍ତନ କଲେ କାନାଡ଼ା ସରକାର

ଭିସା ନୀତିରେ ବଡ଼ ପରିବର୍ତ୍ତନ କଲେ କାନାଡ଼ା ସରକାର

ଟରଣ୍ଟୋ: କାନାଡା ସରକାର ନିଜ ଭିସା ନୀତିରେ ବଡ଼ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ଜାରି ଥିବା ୧୦ ବର୍ଷୀୟ ମଲ୍ଟି ଏଣ୍ଟ୍ରି ଭିସା ଜାରିକୁ ଜଷ୍ଟିନ୍ ଟ୍ରୁଡୋଙ୍କ ସରକାର ବନ୍ଦ କରିଦେଇଛନ୍ତି । ଇମିଗ୍ରେସନ, ରିଫ୍ୟୁଜି ଆଣ୍ଡ୍ ସିଟିଜେନଶିପ୍ କାନାଡା (ଆଇଆର୍‌ସିସି) ଗୁରୁବାର ଏହି ନିର୍ଦ୍ଦେଶାବଳୀ ଜାରି କରିଛି । ଏଥିପାଇଁ ଅଧିକାରୀମାନଙ୍କୁ ବିବେକାଧିକାର ଦିଆଯାଇଛି । ଏହା ଅନୁସାରେ, ଅଧିକାରୀମାନେ ଦୀର୍ଘ ଅବଧି ବଦଳରେ ବ୍ୟକ୍ତିଗତ ମୂଲ୍ୟାଙ୍କନ ଆଧାରରେ କମ୍ ଅବଧିର ଭିସା ଜାରି କରିବେ । ଏଥିଯୋଗୁ ଆଗାମୀ ଦିନରେ କାନାଡା ଯିବାକୁ ଥିବା ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ବିଶେଷକରି କାନାଡାରେ ରହୁଥିବା ବହୁସଂଖ୍ୟାରେ ଭାରତୀୟଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ।

ଆଇଆର୍‌ସିସି ପକ୍ଷରୁ କୁହାଯାଇଛି, ଅସ୍ଥାୟୀ ଅପ୍ରବାସନ ଉପରେ ରୋକ ଲଗାଇବା, ଦେଶବାସୀଙ୍କ ପାଇଁ ଆବାସ ସଙ୍କଟ ଦୂର କରିବା, ଜୀବନଚର୍ଯ୍ୟାର ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ସରକାରଙ୍କ ବ୍ୟାପକ ରଣନୀତିର ଏହା ଏକ ଅଂଶ । ଏହି ପରିବର୍ତ୍ତନର ଅର୍ଥ ବାରମ୍ବାର କାନାଡା ଆସୁଥିବା ଲୋକଙ୍କୁ ଏବେ କମ୍ ଅବଧିର ଭିସା ମିଳିବ । ଯେଉଁମାନେ ନିୟମିତ ଭାବେ କାମରୁ ଛୁଟି ନେଇ କାନାଡା ଯାଇଥା’ନ୍ତି ସେମାନଙ୍କ ଉପରେ ଏହାର ଅଧିକ ପ୍ରଭାବ ପଡ଼ିବ । ପୂର୍ବରୁ ଆଇଆର୍‌ସିସି ଦୁଇ ପ୍ରକାରର ଭିସା ଜାରି କରୁଥିଲା । ତାହା ହେଲା ମଲ୍ଟିପଲ୍ ଏଣ୍ଟ୍ରି ଏବଂ ସିଙ୍ଗଲ ଏଣ୍ଟ୍ରି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking