ଗଜପତି: ଗଜପତି ଜିଲ୍ଲାରେ ଜାରି ରହିଛି ଅପରେସନ ଗ୍ରୀନ କ୍ଲିନ୍ l ପୁଣି ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ l ନଷ୍ଟ ହୋଇଥିବା ଗଞ୍ଜେଇ ଚାଷର ପରିମାଣ ପ୍ରାୟ ୬ କୋଟି ହେବ ବୋଲି ଅନୁମାନ କରାଯାଉଛି । ମୋହନା ଥାନା ଜିରାଙ୍ଗ ପଞ୍ଚାୟତ ଜୁରାପେଟା ଗାଁ ନିକଟରେ ଚଢାଉ କରି ୬ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି l ଜୁରାପେଟା ଗାଁ ନିକଟସ୍ତ ଜମିରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ହୋଇଥିବା ପୋଲିସ ସୂଚନା ପାଇଥିଲା l ଏହାପରେ ଗଜପତି ଏସପିଙ୍କ ନିର୍ଦେଶ କ୍ରମେ ଚଢାଉ ହୋଇଥିଲା । ଏହି ଚଢାଉରେ ପ୍ରାୟ ୨୮ ଏକର ଜମିରେ ହୋଇଥିବା ବେଆଇନ ଭାବେ ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରିଛି ମିଳିତ ବାହୀନି l ଏହି ଚଢାଉରେ ପୋଲିସ, ଅବକାରୀ, ବନ ବିଭାଗ କର୍ମଚାରୀ ଓ ରାଜସ୍ୱ କର୍ମଚାରୀ ସାମିଲ ଥିଲେ ଲ ତେବେ ଗତ ତିନି ଦିନ ମଧ୍ୟରେ ୩ଟି ସ୍ଥାନରେ ଚଢ଼ାଉ କରି ୧୧୩ ଏକର ଜମିରେ ପ୍ରାୟ ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି l ଶୁକ୍ରବାର କୁଟିମେରା ଗାଁ ନିକଟରେ ଚଢ଼ାଉ କରି ୪୨ ଏକର ଜମିରେ ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା l ସେହିପରି ଶନିବାର ନାରଙ୍ଗି ଗାଁ ନିକଟରେ ଚଢ଼ାଉ କରି ୪୩ ଏକର ଜମିରେ ୮ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ l