18.1 C
Bhubaneswar
Thursday, February 5, 2026
Homeଓଡିଶାହୁତୁ ହୁତୁ ହୋଇ ଜଳିଗଲା ବସ୍‌: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ହୁତୁ ହୁତୁ ହୋଇ ଜଳିଗଲା ବସ୍‌: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଜୟପୁର: ଜୟପୁରରୁ ସାମ୍ନାକୁ ଆସିଛି ଏକ ଅଗ୍ନିକାଣ୍ଡର ଘଟଣା। ଜୟପୁରର ପଟାଙ୍ଗି ବ୍ଲକର ସାଲୁର ଘାଟ ରାସ୍ତାରେ ବସ୍‌ଟି ହଠାତ୍ ନିଆଁ ଲାଗିଯାଇଥିଲେ। ନିଆଁ ଲାଗିଯିବାରୁ ଯାତ୍ରୀମାନେ ଏକ ଦୁଃଖଦ ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି। ଏହି ଘଟଣାଟି ମଙ୍ଗଳବାର ସକାଳେ ଘଟିଥିବା ନେଇ ସୂଚନା ମିଳିଛି । ବସ୍‌ଟି ବିଜୟନଗରମ୍‌ରୁ ଜୟପୁର ଆସୁଥିବା ବେଳେ ନିଆଁ ଲାଗିଯାଇଥିଲା। ସର୍ଟ ସର୍କିଟ ଯୋଗୁଁ ବସ୍‌ଟି ନିଆଁ ଲାଗି ପାଉଁଶ ହୋଇଗଲା। ନିଆଁ ଲାଗିବା ଦେଖି ଡ୍ରାଇଭର ତୁରନ୍ତ ବସ୍‌ଟିକୁ ରାସ୍ତା କଡ଼ରେ ଅଟକାଇ ଆତଙ୍କିତ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ବାହାରକୁ ପଠାଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ ଏବଂ ସମୟୋଚିତ ପଦକ୍ଷେପ ଯୋଗୁଁ ଏକ ବଡ଼ ଦୁର୍ଘଟଣା ରୋକାଯାଇ ପାରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking