33.1 C
Bhubaneswar
Saturday, March 28, 2026
Homeଓଡିଶାଲଗାଣ ବର୍ଷା ଯୋଗୁ ଭୁଶୁଡ଼ିଲା କୋଠା

ଲଗାଣ ବର୍ଷା ଯୋଗୁ ଭୁଶୁଡ଼ିଲା କୋଠା

ନୂଆଦିଲ୍ଳୀ : ବୁଧବାର ଦିଲ୍ଲୀରେ ଘଟିଛି ଅଭାବନୀୟ ଘଟଣା। ଦିଲ୍ଲୀର କରୋଲ ବାଗ ଅଞ୍ଚଳରେ ଦୁଇ ମହଲା ବିଶିଷ୍ଟ ଏକ ଆବାସିକ କୋଠାର ଏକ ଅଂଶ ଭୁଶୁଡି ପଡିଛି। ଏହି କାନ୍ଥ ଭୁଶୁଡ଼ି ପଡ଼ିବା ପରେ ଅନେକ ଲୋକ ସେଠାରେ ଫସିଯିବାର ଅନୁମାନ କରାଯାଉଛି। ଖବର ପାଇ ଦିଲ୍ଲୀ ଅଗ୍ନିଶମ ବିଭାଗର ୫ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ଏହାପରେ ତୁରନ୍ତ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ । ଉକ୍ତ ସମୟରେ ବହୁ ଲୋକ ବିଲ୍ଡିଂରେ ଥିବା ବେଳେ ସେମାନେ ତା’ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି।
ଜାତୀୟ ରାଜଧାନୀକୁ ପ୍ରବଳ ବର୍ଷା ଜାରି ରହିଥିବାରୁ ଏପରି ଘଟିଥିବା ପ୍ରାଥମିତ ତଦନ୍ତରୁ ଜଣାପଡ଼ିଛି। ଗତ ମାସରେ ସମାନ ଘଟଣା ଘଟିଥିଲା। ଦିଲ୍ଲୀର ମଡେଲ ଟାଉନରେ ପ୍ରବଳ ବର୍ଷା ସମୟରେ ପୁନନିର୍ମାଣ ପାଇଁ ଭାଙ୍ଗି ଦିଆଯାଉଥିବା ଏକ କୋଠାଘର ଭୁଶୁଡ଼ିବା ପରେ ତିନି ଜଣ ଆହତ ହୋଇଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking