26.1 C
Bhubaneswar
Wednesday, January 8, 2025
Homeଦେଶ ବିଦେଶଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ   

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ   

ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନ ଘୋଷଣା ପାଇଁ ପ୍ରେସ କନଫେରେନ୍ସରେ  ତାରିଖ ଘୋଷଣା କରୁଛନ୍ତି  ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର  ା  ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଘୋଷଣା କଲେ  ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଗୋଟିଏ ପଯ୍ୟାୟରେ ହେବ ମତଦାନ । ଫେବୃଆରୀ ୮ ତାରିଖରେ ଗଣତି ହେବ । ଜାନୁଆରୀ ୧୦ରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଜାନୁଆରୀ ୧୭ରୁ ନାମାଙ୍କନ ଦାଖଲ ଶେଷ ହେବ । ଜାନୁଆରୀ ୧୮ରେ  ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଜାନୁଆରୀ ୨୦ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ତାରିଖ ଘୋଷଣା ପୂର୍ୱରୁ  ୨୦୨୪ରେ ଆସିଥିବା ଅଭିଯୋଗ କଥା କହିଲେ । ଇଭିଏମ , ସନ୍ଧ୍ୟାରେ ଭୋଟ ପ୍ରତିଶତ  ବଢିବା ଆଦି ଅଭିଯୋଗ କଥା କହିଲେ । ସବୁର ଜବାବ ଦେବାକୁ ପ୍ରସ୍ତୁତ  ବୋଲି କହିଲେ ରାଜୀବ କୁମାର । ନିର୍ବାଚନ ପ୍ରକ୍ରିୟା ସମ୍ପର୍ଣ ନିରପେକ୍ଷ ଥିଲା ।  ପ୍ରମାଣ ମିଳିସାରିଛି । ଏଥିପାଇଁ ଭିନ୍ନ ଭିନ୍ନ  ନିର୍ବାଚନରେ ଦଳକୁ  ସଫଳତା ମିଳିଛି । ଏହି ବିବିଧତା ରେଜଲ୍ଟ ପ୍ରମାଣ କରୁଛି ଯେ ନିର୍ବାଚନ ପ୍ରକ୍ରିୟା ସ୍ୱଚ୍ଛ ଥିଲା । ଇଭିଏମକୁ ନେଇ ଆସୁଥିବା ଅଭିଯୋଗକୁ ଖଣ୍ଡନ କଲେ  ରାଜୀବ କୁମାର । କୋର୍ଟ ମଧ୍ୟ ଏନେଇ ସ୍ପଷ୍ଟ କରି ସାରିଛନ୍ତି ରାଜୀବ କୁମାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking