24.1 C
Bhubaneswar
Tuesday, February 10, 2026
Homeଓଡିଶାବରପିତାଙ୍କ ଉପରେ ଚଢ଼ିଗଲା ବରଯାତ୍ରୀ ବସ୍‌

ବରପିତାଙ୍କ ଉପରେ ଚଢ଼ିଗଲା ବରଯାତ୍ରୀ ବସ୍‌

କଟକ : ବରପିତାଙ୍କ ଉପରେ ଚଢ଼ିଗଲା ବରଯାତ୍ରୀ ବସ୍‌। ଚାଲିଗଲା ତାଙ୍କ ଜୀବନ। କଟକ ଜିଲ୍ଲା ନରସିଂହପୁରର ଚତରାପଦା ଗାଁରେ ଘଟିଛି ଏଭଳି ଘଟଣା । ମୃତ ବ୍ୟକ୍ତିଙ୍କ ଗାଁରେ ବିମ୍ବାଧର ନାୟକ। ସୂଚନା ଅନୁଯାୟୀ, ବରଯାତ୍ରୀ ଯିବା ପାଇଁ ଗୋଟିଏ ବସ୍ ଓ ତିନିଟି କାର୍ ହୋଇଥିଲା। ବସ୍‌ରେ ଅନେକ ବରଯାତ୍ରୀ ବସି ସାରିଥିଲେ। ଆହୁରି ଅନେକ ବରଯାତ୍ରୀ, ଗାଁଲୋକ ଓ ବନ୍ଧୁବାନ୍ଧବ ବରକୁ ବାଟୋଇ ଦେବା ପାଇଁ ରାସ୍ତାରେ ଥିଲେ। ଆଉ ପ୍ରୋସେସନ ଚାଲିଥିଲା। ଏହି ସମୟରେ ହଠାତ୍ ବରଯାତ୍ରୀ ବସ୍‌ଟି ଦ୍ରୁତଗତିରେ ମାଡ଼ି ଆସିଥିଲା। ଜୋରରେ ପାଟି କଲେ ମଧ୍ୟ ଡ୍ରାଇଭର ଗାଡ଼ିକୁ ଅଟକାଇ ନଥିଲେ। ବସ୍‌ ସମ୍ମୁଖରୁ ଏପଟ ସେପଟ କିଛି ଲୋକ ବଞ୍ଚି ଯାଇଥିଲେ । ହେଲେ ବାର ପିତା ବରଯାତ୍ରୀ ବସ୍‌ର ଚକାତଳେ ପଡ଼ିଗଲେ।ଏହି ଘଟଣା ଘଟିବା ପରେ ବିମ୍ବାଧର ନାୟକଙ୍କୁ ତୁରନ୍ତ ନରସିଂହପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିବାର ପକ୍ଷରୁ ଏହି ଘଟଣା ନେଇ ନରସିଂହପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ନରସିଂହପୁର ଥାନା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking