20.1 C
Bhubaneswar
Monday, February 9, 2026
Homeଓଡିଶାପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଟାଙ୍ଗୀ: ଟାଙ୍ଗୀ ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଗୋକୂଳପୁର ଧୋବା ଗାଡିଆ ନିକଟରେ ଯୁବକ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ଜରିପଡା ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଶାନ୍ତନୁ କୁମାର ପ୍ରଧାନ ବୋଲି ଜଣାପଡ଼ିଛି। ଶାନ୍ତନୁ ହାଇଦ୍ରାବାଦରେ ପାଇପ ଲାଇନ୍ କାର୍ଯ୍ୟ କରୁଥିବା ବେଳେ ରାସନ୍ କାର୍ଡରେ ଫିଙ୍ଗର ପ୍ରିଣ୍ଟ୍ ପାଇଁ ୮ଦିନ ହେବ ଗାଁକୁ ଆସି ୧୭ତାରିଖ ଦିନଠାରୁ କୁଆଡ଼େ ଯାଇଥିଲେ। ଶାନ୍ତନୁଙ୍କ ବାପା ନୃସିଂହ ଚରଣ ପ୍ରଧାନ ଯେତେ ଫୋନ୍ କରିଥିଲେ ମଧ୍ୟ ସେ ରିସିଭି କରିନଥିଲେ। ହେଲେ ଆଜି ସକାଳୁ ଉକ୍ତ ପୋଖରୀରେ ଏକ ଶବ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।

ଶରୀର ସମ୍ପୂର୍ଣ୍ଣ ଫୁଲି ଯାଇଥିବାରୁ ଚିହ୍ନଟ କରିବା କଷ୍ଟ ହୋଇପଡ଼ିଥିଲା। ଖବର ପ୍ରଘଟ ହେବାପରେ ଶାନ୍ତନୁଙ୍କ ବାପା ସେଠାରେ ପହଞ୍ଚି ପିନ୍ଧିଥିବା ପ୍ୟାଣ୍ଟ ସାର୍ଟ ଚପଲ ଓ ମୋବାଇଲ ଫୋନ୍‌ରୁ ତାଙ୍କ ପୁଅ ବୋଲି ଚିହ୍ନଟ କରିବା ସହ ତାଙ୍କୁ କେହି ମାରିଦେଇଥିବା ଅଭିଯୋଗ କରିଛନ୍ତି। ଖବର ପାଇ ପ୍ରଥମେ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ଟାଙ୍ଗୀ ପୁଲିସ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ କରିବାସହ ଶବ ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲକୁ ପଠାଇଥିଲେ। ଅନ୍ୟପଟେ ପୁଲିସ ଜବତ କରିଥିବା ମୋବାଇଲ ହିଁ ଖୋଲିବ ମୃତ୍ୟୁର ପ୍ରକୃତ ରହସ୍ୟ ବୋଲି କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking