32.1 C
Bhubaneswar
Sunday, March 29, 2026
Homeଓଡିଶାଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର : ରାଜଧାନୀର ଏକ ମେଡିକାଲ କୋଚିଂ ସେଣ୍ଟର ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ମୃତଦେହ। ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଭୁବନେଶ୍ବରର ପଟିଆ ସ୍ଥିତ ଏକ ହଷ୍ଟେଲରୁ ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତ ଛାତ୍ରୀଙ୍କ ନାଁ କଲ୍ୟାଣି ସାହୁ, ତାଙ୍କ ଘର କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ବୋଲି ଜଣାପଡିଛି।

ଯୁକ୍ତ ୨ ବିଜ୍ଞାନରେ ପଢିବା ସହ ମେଡିକାଲ ପାଇଁ କୋଚିଂ ନେଉଥିଲେ। ତେବେ ମୃତ୍ୟୁର କାରଣ ନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଛାନଭିନ ଚଳାଇଛି ଚନ୍ଦ୍ରଶେଖରପୁର ଥାନା ପୁଲିସ।ସେପଟେ ଛାତ୍ରୀଙ୍କ ପରିବାର ଲୋକ ସମ୍ପୃକ୍ତ କୋଚିଂ ସେଣ୍ଟର ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। କୋଚିଂ ସେଣ୍ଟରର ମାତ୍ରାଧିକ ଚାପ ପାଇଁ ଝିଅ ଡିପ୍ରେସନରେ ଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଏହି ଘଟଣାାର ପୁଲିସ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ମୃତ ଛାତ୍ରୀ ପରିବାର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking