ନେମାଳ: ଗତ ବୁଧବାର ପୁଅକୁ ନଦୀରେ ଫିଙ୍ଗି ମାଆ ପାଣିରେ ନିଖୋଜ ହେବା ଘଟଣାର ୩ ଦିନ ପରେ ଆଜି ମାଆର ଶବକୁ ଉଦ୍ଧାର କରାଯାଇଛି। ଗତ ବୁଧବାର ଦିନ ମଧ୍ୟାହ୍ନରେ ମାଳାିଗାଁର ସୁହାନା ପରୱିନ(୨୯) ନିଜର ପୁଅ ସେକ ତାୟାର ଉଦ୍ଦିନକୁ ଚିତ୍ରୋତ୍ପଳା ନଦୀକୁ ଫିଙ୍ଗି ନଦୀକୁ ଡେଇଁ ପଡି ନିଖୋଜ ହୋଇଯାଇଥିଲେ।
ସ୍ଥାନୀୟ ଲୋକେ ପୁତ୍ରର ଶବକୁ ଉଦ୍ଧାର କରିଥିଲା ବେଳେ ନିଖୋଜର ୩ ଦିନ ପରେ ଆଜି ସ୍ଥାନୀୟ ବାବୁଜଙ୍ଗଠାରେ ମହିଳାଙ୍କ ଶବକୁ ଉଦ୍ଧାର କରିଛନ୍ତି। ନେମାଳ ଥାନା ପୁଲିସ ମହିଳାଙ୍କ ଶବକୁ ଜବତକରି ବ୍ୟବଛେଦ ନିମନ୍ତେ କଟକ ବଡ଼ ଡାକ୍ତରଖାନାକୁ ପଠାଇଛି।










