ଅନୁଗୁଳ: ଅନୁଗୁଳ ଜିଲ୍ଲା ରୁ ଆସିଛି ଏକ ବଡ ଖବର । ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି । ସୂଚନା ଅନୁଯାଇ ,ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି । ଅନୁଗୁଳ ବନଖଣ୍ଡ ପୁପୁଣ୍ଡା ଗାଁ ନିକଟରେ ମୃତଦେହ ଠାବ ହୋଇଛି । ଗୁଳିବିଦ୍ଧ କିମ୍ବା ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ କରୁଥିବା ନେଇ ଖବର ରହିଛି ।










