19.1 C
Bhubaneswar
Friday, February 13, 2026
Homeଓଡିଶାହାତୀ ଶାବକର ଗଳିତ ମୃତଦେହ ଉଦ୍ଧାର

ହାତୀ ଶାବକର ଗଳିତ ମୃତଦେହ ଉଦ୍ଧାର

ବଡ଼ମ୍ବା: କଟକ ଜିଲ୍ଲା ଆଠଗଡ଼ ଡିଭିଜନ ଅନ୍ତର୍ଗତ ବଡମ୍ବାରେ ଏକ ହାତୀ ଶାବକର ମୃତ୍ୟୁ ହୋଇଛି। ବଡମ୍ବା ରେଞ୍ଜ ଅନ୍ତର୍ଗତ ମାଣିଆବନ୍ଧ ସେକ୍ସନ ଅଧିନ କାଦୁଆପଡ଼ା ବିଟ୍‌ ଠାରୁ ୩କିମି ଜଙ୍ଗଲ ଭିତରେ ହାତୀଛୁଆର ଗଳିତ ଶବକୁ ବନ ବିଭାଗର କର୍ମଚାରୀମାନେ ଆଜି ସକାଳୁ ଠାବ କରିଛନ୍ତି। ହାତୀଟି ପ୍ରାୟ ୮ରୁ ୧୦ ଦିନ ପୂର୍ବରୁ ମରିଥିବା ସନ୍ଦେହ କରାଯାଉଛି। ବନ ବିଭାଗ ପକ୍ଷରୁ ହାତୀର ମୃତଦେହକୁ ପୋତି ଦିଆ ଯାଇଥିବା ଜଣାପଡିଛି। ହାତୀଟିର ବୟସ ଦେଢ଼ ବର୍ଷ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଉଛି। ହାତୀ ଶରୀରର ବିଭିନ୍ନ ଅଂଶ ନଷ୍ଟ ହୋଇ ଯାଇଥିବା ଚିତ୍ରରୁ ସ୍ପଷ୍ଟ ହୋଇଛି। କିନ୍ତୁ ହାତୀଟି କେଉଁ କାରଣରୁ ମୃତ୍ୟୁ ହୋଇଛି, ସେନେଇ ଜଣା ପଡ଼ିନାହିଁ। ମାଣିଆବନ୍ଧ ଫରେଷ୍ଟର କୃଷ୍ଣଚନ୍ଦ୍ର ସ୍ବାଇଁ କହିଛନ୍ତି, ଜଙ୍ଗଲରେ ପାଟ୍ରୋଲିଂ କରୁଥିବା କର୍ମଚାରୀମାନେ ଆଜି ସକାଳୁ ବଡମ୍ବା ରେଞ୍ଜ ମାଣିଆବନ୍ଦ ସେକ୍ସନର କାଦୁଆପଡ଼ା ବିଟ୍‌ ଠାରୁ ୩ କିମି ଜଙ୍ଗଲ ଭିତରେ ଏକ ହାତୀ ଶାବକର ମୃତଦେହ ଠାବ କରିଥିଲେ। ହାତୀଟିର ବୟସ ପ୍ରାୟ ଦେଢ଼ ବର୍ଷ ହେବ। ଏହା ପରେ ବଡ଼ମ୍ବା, ଗୋପପୁର ଓ ମାଣିଆବନ୍ଧରୁ ପଶୁ ଚିକିତ୍ସକମାନେ ଘଟଣାସ୍ଥଳକୁ ଯାଇଥିଲେ। ମୃତ ହାତୀ ଶାବକର ନମୁନା ସଂଗ୍ରହ କରାଯାଇଛି। ନମୁନା ପରୀକ୍ଷା ପାଇଁ ଓୟୁଏଟି ପଠାଯାଇଛି। ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking