କଟକ: ମହାନଦୀରେ ଭାସୁଛି ଶିଶୁକନ୍ୟାର ମୃତଦେହ । ମୃତଦେହଟି ୬ ମାସର ଶିଶୁର ବୋଲି ଅନୁମାନ କରାଯାଉଛି । କିଛି ସ୍ଥାନୀୟ ଲୋକ ମୃତଦେହ ଦେଖି ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ସୂଚନା ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ କଟକର ଏସସିବି ମେଡିକାଲକୁ ପଠାଇଛି । ମୃତଦେହ ଚିହ୍ନଟ କରିବା ସହ ଶିଶୁକନ୍ୟାର ମୃତ୍ୟୁ ପଛର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୋଲିସ ।










