ବ୍ୟୁରୋ : ରାଜସ୍ଥାନର ସୋଲେପୁର ଜିଲ୍ଲାରୁ ଏକ ଛାତିଥରା ଖବର ସାମ୍ନାକୁ ଆସିଛି । ୨୭ ବର୍ଷୀୟ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତ ଯୁବକ ହେଉଛନ୍ତି ରାଜେଶ ପ୍ରଜାପତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରାଜସ୍ଥାନର ହୋଲେପୁର ଜିଲ୍ଲାର ଦଣେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଏହା ପରେ ମୃତକଙ୍କ ପରିବାରର ସଦସ୍ୟ ପୋଲିସକୁ ନଜଣାଇ ଗୁପ୍ତରେ ତାଙ୍କର ରୀତିନୀତି ହିସାବରେ ଶେଷକୃତ୍ୟ ସମ୍ପର୍ଣ୍ କରିଥିଲେ । ଏହି ସମୟରେ ଜଣେ ଗ୍ରାମବାସୀ ୟୁବକଙ୍କ ହତ୍ୟା ଘଟଣା ଏବଂ ଅନ୍ତିମ ସଂକାର କଥା ପୋଲିସ ସୂଚନା ଦେଇଥିଲେ । ଖବର ପାଇବା ମାତ୍ରେ ସିଓ ଅନୁପ କୁମାର ଯାଦବ କଲାରୀ ପୋଲିସଗ୍ଧେସନ ଏସଏଚଓ ଭନଫ୍ୱର ସିଂ ପୋଲିସ ଫୋର୍ସ ସହିତ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତାପରେ ପୋଲିସକୁ ଦେଖି ଜନତାଙ୍କ ମଧ୍ୟରେ ପରିସ୍ଥିତ ଉତ୍ତେଜନା ଦେଖାଦେଇଥିଲା । ଅଧା ଜଳିଯାଇଥିବା ମୃତଦେହକୁ ଗିରଫ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ହତ୍ୟା କିଏ କରିଛି ଏଯାବତ କାରଣ ଅସ୍ପଷ୍ଟ । ସ୍ଥାନୀୟ ପୋଲିସ ଏସଏଚଓ ଗମ୍ଭୀର ସିଂ କହିଛନ୍ତି ମୃତକଙ୍କ ପରିବାର ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ତଦନ୍ତ ଚାଲିଛି ।
https://www.youtube.com/watch?v=_lc62lZdXKQ