29.1 C
Bhubaneswar
Monday, February 9, 2026
Homeଦେଶ ବିଦେଶମଶାଣିରୁ ଗାଏବ ହେଲା ଶବ

ମଶାଣିରୁ ଗାଏବ ହେଲା ଶବ

ଭଦ୍ରକ: ମଶାଣିରୁ ଶବ ଚୋରି ଅଭିଯୋଗ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ ମଣିନାଥପୁର ବୈତରଣୀ ନଦୀ ପଠା ସ୍ଵର୍ଗଦ୍ଵାର ନିକଟରେ ମଶାଣିରୁ ଶବ ଚୋରି ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ମଣିନାଥପୁର ଗ୍ରାମର ଶ୍ରୀମନ୍ତ ସାମଲଙ୍କ ସ୍ତ୍ରୀ ରୁକ୍ମଣୀ ସାମଲଙ୍କ ମୃତଦେହକୁ ଗାଁ ପାଖ ବୈତରଣୀ ନଦୀ ନିକଟ ସ୍ଵର୍ଗଦ୍ଵାର ଶ୍ମଶାନରେ ପାରମ୍ପରିକ ରୀତି ଅନୁଯାୟୀ ଗାତ ଖୋଳି ପୋତି ଦିଆଯାଇଥିଲା। ତେବେ ଦଶାହ କର୍ମ ପାଇଁ ଆବଶ୍ୟକୀୟ ଦଶାହ କର୍ମ ଦୀପ ନେଇ ମାଆଙ୍କ ଶବ ପୋତିଥିବା ବୈତରଣୀ ନଦୀ ନିକଟ ସ୍ଵର୍ଗଦ୍ଵାର ଶ୍ମଶାନକୁ ଯାଇଥିଲେ ତାପସ ଓ ସମ୍ପର୍କୀୟ। ତେବେ ତାପସ ପହଞ୍ଚି ଦେଖିଲେ ମାଆଙ୍କ ଶବ ପୋତା ସ୍ଥାନ ଖୋଳା ଯାଇଛି। ସମ୍ପର୍କୀୟ ଓ ଗାଁ ଲୋକ ଅନେକ ଖୋଜାଖୋଜି କଲେ କିନ୍ତୁ ଶବ ମିଳିଲା ନାହିଁ। ଶବ ପୋତା ସ୍ଥାନରେ ମଦ ବୋତଲ ପାଣି ବୋତଲ ପଡ଼ିଥିବାବେଳେ ଗାତ ପାଖରୁ ଶବଟିକୁ ଘୋଷାରି ଘୋଷାରି ନେଇଥିବା ଅଭିଯୋଗ ହୋଇଛି। ତେବେ ଏ ନେଇ ମୃତ ରୁକ୍ମଣୀଙ୍କ ସ୍ବାମୀ ଶ୍ରୀମନ୍ତ ସାମଲ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking