32.1 C
Bhubaneswar
Wednesday, October 16, 2024
Homeଓଡିଶାମହାନଦୀରେ ଭାସି ଯାଇଥିବା ଦୁଇ ଜଣ ନାବାଳକଙ୍କ ମୃତଦେହ ଉଦ୍ଧାର

ମହାନଦୀରେ ଭାସି ଯାଇଥିବା ଦୁଇ ଜଣ ନାବାଳକଙ୍କ ମୃତଦେହ ଉଦ୍ଧାର

ସମ୍ୱଲପୁର : ମହାନଦୀରେ ଭାସି ଯାଇଥିବା ଦୁଇ ଜଣ ନାବାଳକଙ୍କ ମୃତଦେହ ଉଦ୍ଧାର । ସର୍ଚ୍ଚ ଅପରେସନର ୨୪ ଘଣ୍ଟା ପରେ ସମଲେଶ୍ୱରୀ ଘାଟରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ନାବାଳକ ଦ୍ୱୟ ଏସ କନିଷ୍କ ଓ ହିମାଂଶୁ ବୋଲି ଜଣାପଡ଼ିଛି । ସମ୍ୱଲପୁର ଜିଲ୍ଲା ସମଲେଶ୍ୱରୀ ଘାଟରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ଶୁକ୍ରବାର ଅପରାହ୍ଣରେ ମହାନହୀରେ ଗାଧୋଇବାକୁ ଯାଇଥିଲେ ଦୁଇ ନାବାଳକ । ସେଠାରେ ଗାଧୋଇବା ବେଳେ ଭାରସାମ୍ୟ ହରାଇ ନଦୀର ଗଭିର ପାଣିରେ ଭାସି ଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ଓ ଓଡ୍ରାଫ୍ଟ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । କିନ୍ତୁ ନାବାଳକଙ୍କ ଟକୌଣସି ପତ୍ତା ମିଳି ନଥିଲା ।

କିଛି ସମୟ ପରେ ରାତି ହେବାରୁ ସର୍ଚ୍ଚ ଅପରେସନ ବନ୍ଦ କରିବାକୁ ପଡ଼ିଥିଲା । ଶନିବାର ସକାଳୁ ପୁଣି ଘଟଣାସ୍ଥଳରେ ଉପସ୍ଥିତ ରହି ଅରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଦୀର୍ଘ ୨୪ ଘଣ୍ଟାପରେ ସମଲେଶ୍ୱରୀ ଘାଟରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏନେଇ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟମାସ୍ଥଳରେ ପୋଲିସ ପହଞ୍ଚି ନାବାଳକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦଜନ୍ତ ଚଳାଇଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking