31.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶହଟେଲ୍ରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ହଟେଲ୍ରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ଓୟୋ ହୋଟେଲର ଏକ କୋଠରିରୁ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। କୋଠରିରୁ ଯୁବକଙ୍କ ଶବ ଫାଶୀରେ ଝୁଲୁଥିବା ବେଳେ ଯୁବତୀଙ୍କ ମୃତଦେହ ବିଛଣାରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲା। ଏହି ଘଟଣା ସମ୍ପର୍କରେ ହୋଟେଲ ପରିଚାଳକ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର କରି ଯାଞ୍ଚ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଦିଲ୍ଲୀର ଗୌତମନଗର ଅଞ୍ଚଳରେ ରହୁଥିବା ୨୦ବର୍ଷର ଯୁବକ ସମ୍ଭଲରେ ବସବାସ କରୁଥିବା ଯୁବତୀଙ୍କ ସହ ଗତ ଗୁରୁବାର ଦ୍ବିପହର ସମୟରେ ସଦର କୋତବାଲି ଅଞ୍ଚଳସ୍ଥ ମୋହଲ୍ଲା ଫତେହୁଲ୍ଲାହସ୍ଥିତ ଓୟୋ ହୋଟେଲରେ ପହଞ୍ଚି ରୁମ ନେଇ ରହିଥିଲେ। ହୋଟେଲ ମ୍ୟାନେଜର ଯୁବକ ଓ ଯୁବତୀଙ୍କ ଆଇଡି ପ୍ରୁଫ ନେଇ ରୁମ ଦେଇଥିଲେ। ରାତି ୧୧ଟା ସମୟରେ ଚେକଆଉଟ ଟାଇମ ଥିଲା। ଚେକ ଆଉଟ ଟାଇମ ବିତି ଯାଇଥିବା ସତ୍ତ୍ବେ ପ୍ରେମୀଯୁଗଳ କୋଠରିରୁ ବାହାରି ନଥିଲେ। ଏହାପରେ ମ୍ୟାନେଜର ଆସି ତାଙ୍କ କୋଠରି କବାଟ ବାଡ଼େଇ ଥିଲେ। କୌଣସି ପ୍ରତିକ୍ରିୟା ନମିଳିବାରୁ ମ୍ୟାନେଜର ସିଢ଼ି ଲଗାଇ ସ୍କାଏଲାଇଟ ମାଧ୍ୟମରେ କୋଠରି ଭିତରକୁ ଦେଖିଥିଲେ। ଏହି ସମୟରେ ପ୍ରେମୀଯୁଗଳଙ୍କ ମୃତଦେହ କୋଠରି ଭିତରେ ପଡ଼ିଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ସଙ୍ଗେସଙ୍ଗେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରେମୀଯୁଗଳଙ୍କ ମୃତଦେହକୁ ଉଦ୍ଧାର କରି ସେମାନଙ୍କ ଆଇଡି ପ୍ରୁଫ ଆଧାରରେ ପରିବାରଲୋକଙ୍କୁ ଯୋଗଯୋଗ କରିଥିଲେ। ଉଭୟ ଯୁବକ ଓ ଯୁବତୀଙ୍କ ପରିବାରଲୋକ ପୁଲିସ ଠାରୁ ଏ ଦୁଃଖଦ ଖବର ପାଇବା ପରେ ସ୍ବବ୍ଧ ହୋଇଯାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking