29.1 C
Bhubaneswar
Saturday, September 21, 2024
Homeଓଡିଶାଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ : ବିବାହିତ ହୋଇ ଘର ସଂସାର କରିବା ପରେ ବି ଆଉ ଜଣେ ନାବାଳିକାଙ୍କ ପ୍ରେମରେ ପାଗଳ ହେଲେ ଯୁବକ । ମାତ୍ର ପରିବାର ଆଗରେ ନିଜ ଭଲ ପାଇବା କଥା ଖୋଲିକି କହି ପାରିଲେନି ନି ପ୍ରେମିକା ବିନା ରହି ବି ପାରିଲେନି। ଶେଷରେ ଚରମ ନିଷ୍ପତ୍ତି ପ୍ରେମୀ ଯୁଗଳ ନେଲେ । ଆଜି ସକାଳୁ ଗଛରୁ ଉଭୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ୍‌। ଏପରି ଏକ ଘଟଣା ଆଜି ସକାଳେ କଟକ ଜିଲ୍ଲା ସାଲେପୁର ଥାନା ନାଳିଆମୁହଁ ନିକଟ ଅଲିପୁରରେ ଘଟିଛି।

ମୃତ ଯୁବକଜଣକ ଅଲିପୁର ଗାଁର ମନୋଜ ସାମଲ । ସେ ପାଗା ଅଞ୍ଚଳର ଜଣେ ନାବାଳିକାଙ୍କୁ କିଛି ଦିନ ହେବ ପ୍ରେମ କରୁଥିବା ଜଣାପଡ଼ିଛି। ମନୋଜ ୫ ବର୍ଷ ପୂର୍ବେ ବିବାହ କରିଥିବା ବେଳେ ତାଙ୍କର ଏକ ୩ ବର୍ଷର ପୁଅ ଅଛି। ମାତ୍ର କିଛି ମାସ ହେବ ସେ ଜଣେ ନାବାଳିକାଙ୍କ ପ୍ରେମରେ ପଡ଼ିଥିଲେ। ଉଭୟ ଫୋନ୍‌ରେ କଥା ହେଉଥିବା ନାବାଳିକାଙ୍କ ପିତା କହିଛନ୍ତି। କିନ୍ତୁ ପୁଅ ବାପା ଘଟଣା ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking