22.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶବଡ଼ ନିଷ୍ପତ୍ତି : ଅଧିକ ଛୁଆ ଜନ୍ମ କରିବାକୁ ମହିଳାଙ୍କ ପାଖକୁ ଯାଉଛି କଲ୍

ବଡ଼ ନିଷ୍ପତ୍ତି : ଅଧିକ ଛୁଆ ଜନ୍ମ କରିବାକୁ ମହିଳାଙ୍କ ପାଖକୁ ଯାଉଛି କଲ୍

ନୂଆଦିଲ୍ଲୀ : ଚୀନରେ ବଢୁଛି ଜନ୍ମହାର ସଙ୍କଟ। ଦେଶରେ ଜନସଂଖ୍ୟା ବଢାଇବାକୁ ଶି ଜିନପିଙ୍ଗଙ୍କ ବଡ଼ ନିଷ୍ପତ୍ତି। ଅଧିକ ଛୁଆ ଜନ୍ମ କରିବାକୁ ଏବେ ମହିଳା ସରକାରୀ ଅଧିକାରୀଙ୍କ ପାଖକୁ ଯାଉଛି ପୋନ୍ କଲ୍। ଆଗକୁ ଦେଶରେ ଜନ୍ମହାର ବଢାଇବାକୁ ନୂଆ ନୀତି ଆଣିବେ ସରକାର। ବର୍ଦ୍ଧିତ ଜନସଂଖ୍ୟା କାରଣରୁ ପୂର୍ବରୁ ଚୀନ ସରକାର ଜନ୍ମ ନିୟନ୍ତ୍ରଣ ନୀତି ଲାଗୁ କରିଥିଲେ। ଗୋଟିଏ ଦମ୍ପତି କେବଳ ଗୋଟିଏ ମାତ୍ର ଛୁଆ ଜନ୍ମ କରିପାରିବେ ବୋଲି ଅନୁମତି ମିଳିଥିଲା। ହେଲେ ଏବେ ଦେଶରେ ଜନ୍ମହାର ସଙ୍କଟ ଦେଖାଦେବାରୁ ଶି ଜିନପିଙ୍ଗ ନିଷ୍ପତ୍ତି ବଦଳାଇଛନ୍ତି।

ଜନ୍ମହାର ବଢାଇବାକୁ ୪୦ ବର୍ଷରୁ ଉର୍ଦ୍ଧ୍ଵ ମହିଳା ସରକାରୀ ଅଧିକାରୀଙ୍କୁ ଚିହ୍ନଟ କରାଯାଉଛି। ଏହାପରେ ସେମାନଙ୍କୁ ଫୋନ୍ କରି ସେମାନଙ୍କ ନାମ, କାର୍ଯ୍ୟାଳୟର ନାମ, ତାଙ୍କର ପଦ ସହ ମାସିକ ଧର୍ମ ବିଷୟରେ ପଚାରାଯାଉଛି। ଏହା ସହ ସେମାନଙ୍କୁ ଅଧିକରୁ ଅଧିକ ଶିଶୁ ଜନ୍ମ କରିବା ପାଇଁ କୁହାଯାଉଛି। ତେବେ ଖୁବ୍‌ଶୀଘ୍ର ଜିନପିଙ୍ଗ ସରକାର ନୂଆ ନୀତି ଆଣିବାକୁ ଯାଉଛନ୍ତି। ଅକ୍ଟୋବର ୧୭ରେ ଚୀନର ଜନସଂଖ୍ୟା ଏବଂ ବିକାଶ ଅନୁସନ୍ଧାନ କେନ୍ଦ୍ର ଏନେଇ ଘୋଷଣା କରିଛି। ବିବାହ, ପ୍ରଜନନ କ୍ଷମତା ଏବଂ ପ୍ରମୁଖ ପ୍ରଭାବଶାଳୀ କାରକ ଉପରେ ବିଚାର ବିମର୍ଶ କରି ନୂଆ ଡାଟା ତିଆରି କରିବା ପାଇଁ ରାଷ୍ଟ୍ରବ୍ୟାପୀ ସର୍ଭେ ଆୟୋଜନ କରାଯିବ ବୋଲି କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking