ଭୁବନେଶ୍ୱର: ଘଣ୍ଟ ବାଡ଼େଇ ବିଧାନସଭା ବାହାରିଲେ କଂଗ୍ରେସ ବିଧାୟକ । ଗତକାଲି କଂଗ୍ରେସର ୧୨ ଜଣ ବିଧାୟକ ବିଧାନସଭାରୁ ସସପେଣ୍ଡ୍ ହୋଇଥିଲେ ଏବଂ ସାରା ରାତି ରାସ୍ତା ଉପରେ କଂଗ୍ରେସ ବିଧାୟକ ଧାରଣା ଦେବା ପରେ, ଏବେ ବିଧାନସଭାକୁ ଯାଇଛନ୍ତି ଦୁଇ କଂଗ୍ରେସ ବିଧାୟକ । ଗୃହରେ ତାରା ବାହିନୀପତି ଓ ରମେଶ ଜେନା । ରିପୋର୍ଟର ଟେବୁଲ ଉପରେ ଚଢି ଘଣ୍ଟ ବାଡେଇ ପ୍ରତିବାଦ କରୁଛନ୍ତି ତାରା ବାହିନୀପତି । ପ୍ରତିବାଦ ସତ୍ତ୍ୱେ ଗୃହରେ ଚାଲିଛି ପ୍ରଶ୍ନୋତ୍ତର କାର୍ଯ୍ୟ ।